Sat. Mar 7th, 2026

୧୪ ଘଣ୍ଟା ପରେ ଶେଷ ହେଲା ଭାରତ-ଚୀନ୍ ସାମରିକସ୍ତରୀୟ ଆଲୋଚନା; ପାଙ୍ଗୋଙ୍ଗ୍ ଅଞ୍ଚଳରୁ ହଟିବାକୁ ଚୀନ୍ କୁଣ୍ଠିତ

306 Views

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ର ସାମରିକ ନେତାମାନଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଆଲୋଚନା ପରେ ଫିଙ୍ଗର୍ ଏରିଆକୁ (ପାହାଡ଼ ଶୃଙ୍ଗ) ବାଦ ଦେଇ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ସମସ୍ତ ଉତ୍ତେଜନାସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି।

ସମ୍ପୂଣ୍ଣ ସୈନ୍ୟ ପ୍ରତ୍ୟାହାର କରାଇବାକୁ ଉଭୟ ଭାରତ ଓ ଚୀନ୍ ରାଜି ହୋଇଥିବା କଥା ପୂର୍ବ ସୂଚନାରୁ ଜଣାପଡ଼ିଥିଲା। କିନ୍ତୁ, ଶୀର୍ଷସ୍ତରୀୟ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପାଙ୍ଗୋଙ୍ଗ୍ ଫିଙ୍ଗର୍ ଅଞ୍ଚଳରୁ ସମ୍ପୂର୍ଣ୍ଣ ହଟିଯିବାକୁ ଚୀନ୍ କୁଣ୍ଠାବୋଧ କରୁଛି। ଆଲୋଚନା ସମୟରେ ଭାରତ ଚୀନ୍‌କୁ ସ୍ପଷ୍ଟ ଭାବେ କହିଛି ଯେ, ଉଭୟ ପକ୍ଷର ସୈନ୍ୟ ସେମାନଙ୍କ ଯଥାପୂର୍ବ ସ୍ଥାନକୁ ଫେରି ନ ଯିବା କଥା ଅଗ୍ରହଣୀୟ ହେବ।

ସେହି କାରଣରୁ ଜୁଲାଇ୨୧-୨୨ ଯାଏଁ ଉଭୟ ପକ୍ଷ ସେନା ପ୍ରତ୍ୟାହାର ପ୍ରକ୍ରିୟାକୁ ନିରୀକ୍ଷଣପୂର୍ବକ ତଦାରଖ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ତଦାରଖ କାମ ଉଭୟ ଭାରତ ଓ ଚୀନ୍‌ର କମାଣ୍ଡର୍‌ମାନେ କରିବେ।

By amfnews

Related Post