Thu. Jan 23rd, 2025

୧୪୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ରୂପଟୋଲା ଠାରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ

By amfnews Dec 1, 2018 #Featured
380 Views

ରାଉରକେଲା, ଡିସେମ୍ବର ୦୧ : ଜାତୀୟ ରାଜପଥ ପ୍ରାଧିକରଣ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ବାରକୋଟ୍ ଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ୧୪୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ରୂପଟୋଲା ରାଉରକେଲା ଠାରେ ରାଉରକେଲା ଜାତୀୟ ରାଜପଥ ଭୂମି ଅଧିଗ୍ରହଣ କ୍ଷମତାସମ୍ପନ୍ନ କର୍ତ୍ତୃପକ୍ଷ ଓ ରାଉରକେଲା ତହସିଲ ତରଫରୁ ପ୍ରାୟ ୪ ଏକର ସରକାରୀ ଜମିରେ ଜବରଦଖଲ ଘର କରି ରହିଆସୁଥିବା ବ୍ୟକ୍ତି/ପରିବାରଙ୍କୁ ୨୯ ତାରିଖ ଦିନ ମିଳିତ ଭାବେ ଉଚ୍ଛେତ କରିଛି ।

ଏହି ପରିପ୍ରେକ୍ଷୀରେ ଘର କରି ରହିଥିବା ପ୍ରାୟ ୪୬ଟି ପରିବାର/ବ୍ୟକ୍ତିଙ୍କୁ ଉକ୍ତ ସରକାରୀ ଜମିରୁ ଉଚ୍ଛେଦ କରାଯାଇ ତନ୍ମଧ୍ୟରୁ ବାସହୀନ ୨୫ଟି ପରିବା/ବ୍ୟକ୍ତିଙ୍କୁ ଜଲଦା ସି ବ୍ଲକ୍ ଠାରେ ପୁନର୍ବସତି ନିମନ୍ତେ ଜମି ଚିହ୍ନଟ ତଥା ଆବଣ୍ଟନ କରାଯାଇଛି । ପୁଣି ପ୍ରଶାସନ ତରଫରୁ ଉକ୍ତ ପରିବାରଗୁଡିକୁ ଆଇନ୍ ଅନୁଯାୟୀ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ କରାଯାଇଛି ।

ରାଉରକେଲା ତହସିଲ ତରଫରୁ ଜରୁରୀକାଳୀନ ପଦକ୍ଷେପ ସ୍ୱରୂପ ଉପରୋକ୍ତ ପରିବାରଙ୍କୁ ପଲିଥିନ ପ୍ରଦାନ କରାଯାଇଛି । ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ଉପରୋକ୍ତ ପରିବାର ଗୁଡିକ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ରାଉରକେଲା ତହସିଲଦାର ବିଶ୍ୱରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିବା ବେଳେ ମାଜିଷ୍ଟ୍ରେଟ୍ ଭାବେ ଦିଲ୍ଲୀପ କୁମାର ପଟ୍ଟନାୟକ, ତହସିଲଦାର, ବିଶ୍ର ଓ ଦିଲ୍ଲୀ କୁମାର ତ୍ରିପାଠୀ, ସହକାରୀ ଜିଲ୍ଲାପାଳ କାର୍ଯ୍ୟଭାର ତୁଲାଇଥିଲେ ।

ଉଚ୍ଛେଦ ସମୟରେ ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ଉପସ୍ଥିତ ଥିବା ବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଡିଏସ୍ପି ଜ୍ୟୋତିର୍ମୟ ଭୁକ୍ତା, ରଘୁନାଥପାଲୀ ଓ ଛେଣ୍ଡ ଆଇଆଇସି, ରିଜର୍ଭ ପୁଲିସ୍ ଫୋର୍ସ, ୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୃତୟନ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳା ସହ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

By amfnews

Related Post