241 Views
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ସ୍ନେହା ଉଲାଲ୍ ୧୪ବର୍ଷ ପରେ ପୁଣି ପରଦାକୁ ଫେରୁଥିବା ଜଣାପଡ଼ିଛି। ସ୍ନେହା ୨୦୦୫ରେ ‘ଲକି: ନୋ ଟାଇମ୍ ଫର୍ ଲଭ୍’ରୁ ବଲିଉଡ୍ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ସଫଳତା ପାଇ ପାରି ନଥିଲା । ସ୍ନେହାଙ୍କ ମୁହଁ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ସହ ମିଶୁଥିବାରୁ ତାଙ୍କୁ ନେଇ ସେ ସମୟରେ ଅନେକ ଚର୍ଚ୍ଚା ହୋଇଥିଲା । ସଲମାନ ସ୍ନେହାଙ୍କୁ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବା ପରେ ବଲିଉଡ୍କୁ ଆଣିଥିଲେ ।
ପୁଣି ଥରେ ପରଦାକୁ ଫେରିବା ନେଇ ସ୍ନେହା ନିଜର ପ୍ରତିକ୍ରିୟା ରଖି କହିଛନ୍ତି। “ମୁଁ ବହୁତ ଖୁସି କି, ପୁଣି ଥରେ କାମ କରିବାର ସୁଯୋଗ ମିଳିଛି । ସତ କହିବାକୁ ଗଲେ, ମୁଁ ଏହି ଦିନକୁ ଅନେକ ପୂର୍ବରୁ ଅପେକ୍ଷା କରିଥିଲି ।ଏବେ ମହିଳାମାନଙ୍କ ଯୁଗ ଚାଲିଛି । ମହିଳାମାନଙ୍କୁ ପରଦାରେ ସମାନ ସ୍ଥାନ ଦିଆଯାଉଛି । ଯାହାକୁ ମୁଁ ଅନେକ ପୂର୍ବରୁ ଅପେକ୍ଷା କରିଥିଲି । ୨୦୦୫ରେ ମୁଁ କ୍ୟାରିୟର ଆରମ୍ଭ କରିବା ସମୟରେ ପରିସ୍ଥିତି କିଛି ଅଲଗା ଥିଲା । ଏବେ ବଲିଉଡ୍ ଫିଲ୍ମ ଭଳି ଡିଜିଟାଲ ପ୍ଲାଟ୍ଫର୍ମ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ନେଟ୍ଫ୍ଲିକ୍ସରେ ସାମିଲ ହୋଇ ମୁଁ ବହୁତ ଖୁସି।”