Mon. May 19th, 2025

୧୨ ଦିନର ଶିଶୁ ସମେତ ଗୋଟିଏ ପରିବାରରେ ୪ ମୃତ

By amfnews Jan 23, 2019 #Featured
178 Views

ଭୋପାଳ, ଜାନୁଆରୀ ୨୩ : ମଧ୍ୟପ୍ରଦେଶର ରାଇସେନ୍‌ ଜିଲ୍ଲାର ମନଦୀପ ଗାଁ’ରେ ମଙ୍ଗଳବାର ସନ୍ଧ୍ୟାରେ ୧୨ ଦିନର ଶିଶୁ ସମେତ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ମୃତ ବ୍ୟକ୍ତିମାନେ ହେଲେ ୨୦ ବର୍ଷୀୟ ପୂର୍ଣ୍ଣିମା ଭୁରିଆ, ତାଙ୍କ ୧୨ ଦିନର ଝିଅ, ତାଙ୍କ ୪୦ ବର୍ଷୀୟ ମାଆ ଦୀପଲତା ଧୀମାର ଏବଂ ୧୧ ବର୍ଷୀୟ ଭାଇ ଆକାଶ ଧୀମାର। ଶାନ୍ନୁ ଭୁରିଆଙ୍କୁ ମଧ୍ୟ ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରିଛି।

ହିମାଂଶୁ କଲୋନିବାସୀ ନିତିନ ଚୌହାନ ପୁଲିସକୁ ଖବର ଦେଲେ କି, ଛତିଶଗଡ଼ରୁ ଆସି ରହୁଥିବା ତାଙ୍କ ପଡ଼ୋଶୀ ୨୫ ବର୍ଷିୟ ଶାନ୍ନୁ ଭୁରିଆ ଏବଂ ତାଙ୍କ ପରିବାର ଲୋକଙ୍କୁ ଡକାଗଲେ ମଧ୍ୟ ସେମାନେ ଜବାବ ଦେଉ ନାହାନ୍ତି। ସୋମବାର ସନ୍ଧ୍ୟା ପର ଠାରୁ ସେମାନେ ବାହାରକୁ ବି ଆସୁ ନାହାନ୍ତି।

କବାଟ ଭାଙ୍ଗି ପୁଲିସ ଘରେ ପଶିଲାରୁ ଦେଖାଗଲା ୪ ଜଣ ମରିଛନ୍ତି ଓ ଜଣେ ଅଚେତ ହୋଇ ପଡ଼ିଛନ୍ତି। ଶାନ୍ନୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ କହିଲେ କି, ତାଙ୍କ ପରିବାର ଲୋକେ କେମିତି ମଲେ ସେ ଜାଣିପାରି ନାହାନ୍ତି।ଶାନ୍ନୁ ଗୋଟାଏ ଘରୋଇ ଉଦ୍ୟୋଗରେ କାମ କରନ୍ତି।

ଘରେ ଗୋଟାଏ କୋଇଲା ହିଟର୍‌ ପାଇଥିବା କଥା ପୁଲିସ କହିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ କରାଯିବା ଲାଗି ପଠାଯାଇଛି। କାର୍ବନ୍‌ ମନୋକ୍ସାଇଡ୍‌ ଆଘ୍ରାଣ ଜନିତ ବିଷକ୍ରିୟା ମୃତ୍ୟୁର କାରଣ ହୋଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

By amfnews

Related Post