Sun. Mar 8th, 2026

୧୨ କୋଟିର ଗଞ୍ଜେଇ ନଷ୍ଟ କଲା ପୁଲିସ୍‌

121 Views

ବାଲିଗୁଡ଼ା : ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ପୁରା ଦମରେ ଲାଗିପଡିଛି । ଏ ନେଇ କ.ନୂଆଗାଁ ପୁଲିସ୍‌ ତୁହାକୁ ତୁହାକୁ ଅଞ୍ଚଳରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ପୋଡି ଛାରଖାର କରିବାରେ ଲାଗିଛି ।

ଗୋଛାପଡା, ଜାରଙ୍ଗା ଓ ବାଲିପଦର ଆଦି ଇଲାକାର ୧୨୦ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୨  କୋଟି ହେବ ବୋଲି ପୁଲିସ୍‌ କହିଛି ।

By amfnews

Related Post