Mon. Dec 23rd, 2024

୧୨ଟି ରାଜ୍ୟରେ ବାର୍ଡ ଫ୍ଲୁ ହୋଇଛି, କୁକୁଡ଼ାଙ୍କ ପାଇଁ ୯ଟି ରାଜ୍ୟରେ ସତର୍କ ସୂଚନା

By Prasanta Patnaik Jan 25, 2021 #Featured
325 Views

ନୂଆଦିଲ୍ଲୀ, ଜାନୁଆରୀ ୨୫ : ଦେଶର ୧୨ଟି ରାଜ୍ୟରେ ବାର୍ଡ ଫ୍ଲୁ ସୁନିଶ୍ଚିତ ହୋଇଛି । ଏଥିର କୁକୁଡ଼ାମାନଙ୍କ ପାଇଁ ୯ ରାଜ୍ୟରେ ସତର୍କ ଘଣ୍ଟି ମିଳିଛି । କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜାନୁଆରୀ ୨୩ ତାରିଖ ଯାଏଁ ୯ଟି ରାଜ୍ୟରେ କୁକୁଡ଼ାମାନଙ୍କ ପାଇଁ ବାର୍ଡ ଫ୍ଲୁ ହୋଇଥିବା ଜଣାଯାଇଛି । ଏଥିରେ ସାମିଲ ରହିଛି କେରଳ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଗୁଜରାଟ, ଉତ୍ତର ପ୍ରଦେଶ ଓ ପଂଜାବ । 

ମନ୍ତ୍ରାଳୟର ବୟାନ ଅନୁସାରେ ୧୨ଟି ରାଜ୍ୟରେ କାଉ, ବିଦେଶୀ ପକ୍ଷୀ, ଅନ୍ୟ ବନ୍ୟପକ୍ଷୀ ବାର୍ଡ ଫ୍ଲୁର ଶିକାର ହୋଇଛନ୍ତି । ଏହି ତାଲିକାରେ ରହିଛି ମଧ୍ୟପ୍ରଦେଶ, ଛତିିଶଗଡ଼, ମହାରାଷ୍ଟ୍ର, ହରିୟାଣା, ହିମାଚଳ ପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର ଓ ପଂଜାବ ।

ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ବୟାନ ଅନୁସାରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ, ଲାନ୍ସଡ୍ରୋନ ଫରେଷ୍ଟ ରେଂଜ ଓ ପାଉଡି ଫରେଷ୍ଟ ରେଜଂରୁ କାଉ ଓ ପାରା ନମୁନା ସଂଗ୍ରହ ହୋଇଥିଲା । ରାଜସ୍ଥାନର ଶ୍ରୀଗଂଗାନଗର ଜିଲ୍ଲାରୁ ପାରା ନମୁନା, ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରୁ ମୟୂର ଓ କାଉର ନମୁନା ସଂଗ୍ରହ ହୋଇଥିଲା । ଏଠାରୁ ସଂଗୃହୀତ ହୋଇଥିବା ନମୁନାର ରିପୋର୍ଟ ନେଗେଟିଭ ଆସିଛି । 

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post