111 Views
ନୂଆଦିଲ୍ଲୀ: ସରକାର ୧୨ ଟି ଅତ୍ୟାବଶ୍ୟକ ଔଷଧ ଏବଂ ୧୨ଟି ସକ୍ରିୟ ଫାର୍ମାସ୍ୟୁଟିକାଲ୍ ଉପାଦାନ (API) ରପ୍ତାନି ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ପାରାସିଟାମୋଲ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ | ତେବେ କରୋନା ଚିକିତ୍ସାରେ ଉପଯୋଗୀ ମ୍ୟାଲେରିଆ ଔଷଧ କ୍ଲୋରୋକୁଇନ୍ ରପ୍ତାନି ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁରୋଧ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ |
ରପ୍ତାନି ଉପରେ କଟକଣା ହଟାଇ ଦିଆଯାଇଥିବା ଔଷଧଗୁଡ଼ିକ ମଧ୍ୟରେ ଟିନିଡାଜୋଲ, ମେଟ୍ରାନିଡାଜୋଲ, ଏସିକ୍ଲୋଭିର, ଭିଟାମିନ୍ ବି 1, ଭିଟାମିନ୍ ବି 6, ଭିଟାମିନ୍ ବି 12, କ୍ଲୋରାମଫେନିକୋଲ ଅନ୍ତର୍ଭୁକ୍ତ। ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ପାରାସିଟାମୋଲ ଏବଂ ପାରାସିଟାମୋଲରେ ନିର୍ମିତ ଅନ୍ୟ ଔଷଧ ଉପରେ ରପ୍ତାନି ପ୍ରତିବନ୍ଧକ ପୂର୍ବପରି ଜାରି ରହିବ।