Sun. Mar 8th, 2026

୧୧ ବର୍ଷ ପରେ ପୁଣି ସେମିଫାଇନାଲରେ ମୁହାଁମୁହିଁ ହେବେ ବିରାଟ ଓ କେନ୍ ଓ୍ୱିଲିୟମ୍‌ସନ୍‌

170 Views

ମାଞ୍ଚେଷ୍ଟର୍‌ : ଆଜି ମାଞ୍ଚେଷ୍ଟର୍‌ରେ ଖେଳାଯିବ ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌। ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ବିରାଟ ବାହିନୀ ବନାମ କେନ୍ ବାହିନୀ। ଲିଗ୍ ପର୍ଯ୍ୟାୟରେ ବର୍ଷା ପାଇଁ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ହୋଇପାରିନଥିଲା। ହେଲେ ସେମିଫାଇନାଲରେ ପୁଣି ଭେଟିବାକୁ ଯାଉଛନ୍ତି ଏହି ଦୁଇ ଦଳ।

ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍‌ସନ୍‌ ନିଜ ନିଜ ଟିମ୍‌ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପ୍ ମଧ୍ୟ ଜିତିଥିଲା। ୨୦୦୮ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଟିମ୍‌ର ସଦସ୍ୟ ଥିଲେ, ଏଥର ମଧ୍ୟ ସେହି ସଫଳତା ଦୋହରାଇବାକୁ ବିରାଟ କୋହଲି ଲକ୍ଷ୍ୟ ରଖିଛନ୍ତି।

By amfnews

Related Post