Tue. Jun 17th, 2025

୧୦ ମିନିଟ୍‌ ପାଇଁ ଭାରତୀୟ ଆକାଶ ସୀମାକୁ ପଶି ଆସିଲା ଚୀନ୍‌ର ୨ଟି ହେଲିକାପ୍ଟର୍‌

By amfnews Oct 25, 2018 #Featured
162 Views

ନୂଆଦିଲ୍ଲୀ, ଅକ୍ଟୋବର ୨୫: ସେପ୍ଟେମ୍ବର ୨୭ ତାରିଖ ଦିନ ଲଦାଖ୍‌ର ଟ୍ରିଗ୍‌ ହାଇଟ୍‌ ଠାରେ ବାସ୍ତବ ନିୟନ୍ତ୍ରଣ ରେଖା ଟପି ଚୀନ୍‌ର ଦୁଇଟି ହେଲିକାପ୍ଟର୍‌ ଭାରତୀୟ ଆକାଶ ସୀମାକୁ ପଶି ଆସିଥିବା କଥା ଜଣାପଡ଼ିଛି।

ଲଦାଖ୍‌କୁ ତିବ୍ଦତ ସହ ସଂଯୋଗ କରୁଥିବା ବାଣିଜ୍ୟ ପେଣ୍ଠ ଠାରେ ହେଲିକାପ୍ଟର୍‌ ଦୁଇଟି ଆକାଶ ସୀମା ଲଙ୍ଘି ଥିଲେ।

ଭାରତୀୟ ସୀମା ଭିତରେ ପ୍ରାୟ ୧୦ ମିନିଟ୍‌ ରହିବା ପରେ ହେଲିକାପ୍ଟର୍‌ ଦୁଇଟି ଫେରି ଯାଇଥିଲେ।

ସେପ୍ଟେମ୍ବର ୩୦ ତାରିଖ ଦିନ ପାକ୍‌-ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ୍‌ ହାଇଦରଙ୍କୁ ନେଇ ଏକ ଧଳା ରଙ୍ଗର ହେଲିକାପ୍ଟର୍‌ ମଧ୍ୟ ଅନ୍ୟୂନ ୫ ମିନିଟ୍‌ ଲାଗି ଭାରତୀୟ ଆକାଶ ସୀମା ମଧ୍ୟକୁ ପ୍ରବେଶ କରିଥିଲା।

ଦିବା ୧୨୧୩ରେ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଭାରତୀୟ ଆକାଶ ସୀମାର ୨୫୦ ମିଟର ଭିତରକୁ ପାକିସ୍ତାନୀ ହେଲିକାପ୍ଟର୍‌ଟି ପଶି ଆସିଥିଲା।

ପରେ ଏହି ଅଭିଯୋଗକକୁ ପାକ୍‌-ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ଟାଳି ଦେଇଥିଲେ।

୨୦୧୮ ଅକ୍ଟୋବର ପ୍ରଥମ ସପ୍ତାହରେ ଚାଇନିଜ୍‌ ଲିବେରେସନ୍‌ ଆର୍ମିର ସୈନିକମାନେ ଅରୁଣାଚଳ ସେକ୍ଟର୍‌ରେ ବାସ୍ତବ ନିୟନ୍ତ୍ରଣ ରେଖା ଟପିଯାଇଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା।

By amfnews

Related Post