127 Views
ଭୁବନେଶ୍ବର : ନନ୍ଦନକାନନରେ ପୁରୁଷ ହାତୀର ମୃତ୍ୟୁ । ୧୦ବର୍ଷ ବୟସରେ ହାତୀ ଚନ୍ଦନର ମୃତ୍ୟୁ ହୋଇଛି । ଭୋର ୩ଟା ୪୦ରେ ଚନ୍ଦନର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଦିନ ଅପରାହ୍ଣରେ ଚନ୍ଦନ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ସଙ୍ଗେ ସଙ୍ଗେ ତାର ଚିକିତ୍ସା ଚିଡିଆଖାନା ପଶୁ ଚିକିତ୍ସାଳୟରେ ଆରମ୍ଭ କରାଯାଇଥିଲା । ଓୟୁଏଟିର ପରାମର୍ଶ ଅନୁସାରେ ଚିକିତ୍ସା କରାଯାଇଥିଲା । ପାଖାପାଖି ୩୬ ଘଣ୍ଟା ଚିକିତ୍ସିତ ହେବା ପରେ ଆଜି ଭୋର ୩ଟା୪୦ରେ ଚନ୍ଦନର ମୃତ୍ୟୁ ହୋଇଛି । ସଂକ୍ରମଣ ପାଇଁ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି । ହାତୀର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ । ଗତ ଜୁଲାଇ ୨୮ ତାରିଖରେ ଚନ୍ଦକା ଜଙ୍ଗଲରୁ ହାତୀକୁ ଉଦ୍ଧାର କରାଯାଇଥିଲା । ଚନ୍ଦନର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୬ଟି ମହିଳା ହାତୀ ଅଛନ୍ତି ।