Fri. Mar 6th, 2026

୧୦ ଦିନ ମଧ୍ୟରେ ରାଫେଲ୍‌ ଜେଟ୍‌ ମୂଲ୍ୟର ବିବରଣୀ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ

449 Views

ରାଫେଲ୍‌ ଚୁକ୍ତି ସଂକ୍ରାନ୍ତ ବୈଷୟିକ ବିବରଣୀ ଚାହୁଁ ନାହିଁ ବୋଲି ସ୍ପଷ୍ଟ କରି ସୁପ୍ରିମ୍‌ କୋର୍ଟ ଆହୁରି କହିଛନ୍ତି ଯେ ସର୍ବସାଧାରଣଙ୍କୁ ନ ଜଣାଇ ହେବା ପରି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସରକାର ଗୋପନ ରଖି ପାରନ୍ତି।

ଲଢୁଆ ବିମାନ ଖରିଦ କରିବାକୁ ଫ୍ରନ୍‌ସ୍‌ ସହ ଭାରତର ରାଜିନାମା ସଂକ୍ରାନ୍ତରେ ମନୋହର ଲାଲ୍‌ ଶର୍ମା ଏବଂ ବିନୀତ ଧନ୍ଦା ଫାଇଲ୍‌ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଖଣ୍ଡପୀଠ ଏ କଥା କହିଛନ୍ତି।

ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ କହିଲେ ଯେ ଏହି ଜେଟ୍‌ର ମୂଲ୍ୟ କିଛି ମାତ୍ରାରେ ଏକ୍ସକ୍ଲୁସିଭ୍‌ ଥିବାରୁ ତାହା ପ୍ରକାଶ କରିହେବ ନାହିଁ। ଏକଥାରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଲେ କି, ରାଫେଲ୍‌ ଜେଟ୍‌ର ମୂଲ୍ୟ ଏକ୍ସକ୍ଲୁସିଭ୍‌ ଥିବାରୁ ତାହା ଜଣାଇ ହେବନାହିଁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପତ୍ର ଦାଖଲ କରନ୍ତୁ।

By amfnews

Related Post