Fri. Mar 6th, 2026

୧୦ ଦିନରେ କରୋନାକୁ ମାତ୍ ଦେଲେ କଳାହାଣ୍ଡିର ଦମ୍ପତିଙ୍କ ନବଜାତକ ଶିଶୁକନ୍ୟା

320 Views

ଭୁବନେଶ୍ବର, ମେ ୧୫ :

କରୋନା ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର ୧୦ ଦିନ ପରେ କଳାହାଣ୍ଡିର ନବଜାତକ ଶିଶୁକନ୍ୟା କରୋନାକୁ ମାତ୍ ଦେଇଛନ୍ତି। ନବଜାତ ଶିଶୁର ଜନ୍ମର ୧୫ଦିନ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କଳାହାଣ୍ଡି ଜିଲ୍ଲାର ଏମ ରାମପୁରର ଅଙ୍କିତ ଅଗ୍ରୱାଲଙ୍କ ପତ୍ନୀ ପ୍ରୀତି ଅଗ୍ରୱାଲ ଛତିଶଗଡର ରାୟପୁରର ଡାକ୍ତରଖାନାରେ ତାଙ୍କର ପ୍ରଥମ କନ୍ୟା ସନ୍ତାନ ପ୍ରସବ କରାଇଥିଲେ।

ସପ୍ତାହକ ମଧ୍ୟରେ ନବଜାତକ ଶିଶୁକୁ ଜ୍ୱର ହେବା ପରେ ଭୁବନେଶ୍ୱରର ଜଗନ୍ନାଥ ଡାକ୍ତରଖାନାକୁ ନେଇଥିଲେ।

ନବଜାତ ଶିଶୁର ଚିକିତ୍ସା କରୁଥିବା ନବଜାତ ବିଶେଷଜ୍ଞ ଡଃ ଅରିଜିତ ମହାପାତ୍ର ଚିକିତ୍ସା କରାଇଥିଲେ। ଡାକ୍ତରଙ୍କ କହିବାନୁସାରେ, ମେଡିକାଲରେ ଭର୍ତ୍ତି ହେବା ସମୟରେ ଶିଶୁଟି ଜ୍ୱରରେ ପୀଡିତ ଥିଲେ। ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ରହିଥିଲା। ଅନେକ ପ୍ରକାରର ଚିକିତ୍ସା ପ୍ରକ୍ରିୟା ପରେ ଶେଷରେ ତାଙ୍କୁ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା ।

ତାଙ୍କୁ ରିମଡେସିଭର୍ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଇଥିଲା । ଜରୁରୀକାଳୀନ ପରିସ୍ଥିତିରେ ରିମଡେସିଭର୍ ବ୍ୟବହାର କରିବା ଲାଗି ଅଭିଭାବକଙ୍କ ଅନୁମତି ମଧ୍ୟ ନିଆଯାଇ ତାହାକୁ ବ୍ୟବହାର କରାଯାଇଥିଲା।

ଶତଚେଷ୍ଟା ପରେ ପ୍ରୟାସ ସଫଳ ହୋଇଛି ଓ ଶିଶୁକନ୍ୟା ବର୍ତ୍ତମାନ ସଂକ୍ରମଣମୁକ୍ତ ବୋଲି ଡାକ୍ତର କହିଛନ୍ତି ।

By amfnews

Related Post