Mon. Dec 23rd, 2024

୧୦ ଜିଲ୍ଲାରେ ହୋଇପାରେ ବଜ୍ରପାତ ଓ ବର୍ଷା : ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

By amfnews Sep 2, 2020 #Featured
162 Views

ଭୁବନେଶ୍ୱର, ସେପ୍ଟେମ୍ବର ୦୧ : ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହୋଇପାରେ । ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଂଜ ଓ ଦେବଗଡ଼ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ରାଜ୍ୟରେ କାଲି ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଧିକ ସ୍ଥାନରେ ଆକାଶରେ ମେଘ ଘୋଟି ରହିଥିଲା ।

By amfnews

Related Post