Sat. Mar 7th, 2026

୧୦ ଜିଲ୍ଲାରେ ହେବ ବିଜ୍ଞାନ କେନ୍ଦ୍ର

260 Views

ଭୁବନେଶ୍ବର , ନଭେମ୍ବର, ୬: ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ବା ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯିବ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, କେନ୍ଦୁଝର, କୋରାପୁଟ ଜିଲ୍ଲାରେ ଏହା ନିର୍ମାଣ ହେବ। ଏହାପରେ ବାକି କେଉଁ ୭ଟି ଜିଲ୍ଲାରେ ହେବ ତାହା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଏହି ବିଜ୍ଞାନ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ମାଣକାରୀ ସଂସ୍ଥା ନିର୍ମାଣ କରିବେ। ଏହି ବିଜ୍ଞାନ କେନ୍ଦ୍ର ଏନ୍‌ପିସିସି, ବ୍ରିଜ୍ ଆଣ୍ଡ ରୁଫ୍ କୋ (ଇଣ୍ଡିଆ) ଲିମିଟେଡ୍, ଏନ୍‌ବିସିସି, ସିପିଡବ୍ଲ୍ୟୁଡି, ଇଡ୍‌କୋ ଭଳି ୫ଟି ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥା ନିର୍ମାଣ କରିପାରିବେ ବୋଲି ନିୟମ କରାଯାଇଛି।

By amfnews

Related Post