Fri. Mar 6th, 2026

୧୦ କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା, ଦୁଇ ବର୍ଷ ପରେ ବିଜେବିରେ ହେବ ନିର୍ବାଚନ

268 Views

ଭୁବନେଶ୍ୱର : ଯୁକ୍ତ୩ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଚଳିତବର୍ଷ ଭୁବନେଶ୍ବରର ଗୋଟିଏ ବିଶ୍ବବିଦ୍ୟାଳୟ ସମେତ ୯ଟି ଡିଗ୍ରି କଲେଜରେ ଛାତ୍ର ସ˚ସଦ ନିର୍ବାଚନ ଅନୁଷ୍ଠିତ ହେବ। ଛାତ୍ର ଅଶାନ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ବାଣୀବିହାରରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଦୁଇ ଦିନ ତଳେ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ବୈଠକ ନିଷ୍ପତ୍ତିକୁ କର୍ତ୍ତୃପକ୍ଷ ପାଳନ କରି ଆଜି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟରେ ନିର୍ବାଚନ ବାତିଲ୍‌ ହେବା ପରେ ଏବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର। ଏହି କ୍ୟାମ୍ପସ ପାଇଁ ଛତ୍ର ବିଜେଡି ଓ ଏବିଭିପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି। ଅନ୍ୟପକ୍ଷରେ ଗତ ଦୁଇବର୍ଷ ଧରି ନିର୍ବାଚନ ବନ୍ଦ ଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର ନିର୍ବାଚନ ହେବ। ଏନେଇ ଆଜି କଲେଜ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି କହିଛନ୍ତି ଏଥର ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛି ଦିନ ଧରି ଅଶାନ୍ତ ହୋଇପଡ଼ିଥିବା ଦେବରାୟ ଓ ରାଜଧାନୀ କଲେଜରେ ଚଳିତବର୍ଷ ନିର୍ବାଚନ ହେବ। ଉଭୟ କଲେଜ କତୃର୍ପକ୍ଷ ଜରୁରୀ ବୈଠକ କରି କ୍ୟାମ୍ପସର ସ୍ଥିତି ଉପରେ ଆଲୋଚନା କରିବା ପରେ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଏକାମ୍ର କଲେଜ ଓ ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’ରେ ନିର୍ବାଚନ କରିବାକୁ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

କ୍ୟାପିଟାଲ ଲ’ କଲେଜ, ବେସିକ୍‌ ସାଇନ୍ସ କଲେଜ, ରାଜଧାନୀ ଉପକଣ୍ଠ ଜୟଦେବ ଡିଗ୍ରି କଲେଜରେ ନିର୍ବାଚନ କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କେତେକ କଲେଜରେ ମନୋନୟନ ମାଧ୍ୟମରେ ଛାତ୍ର ପ୍ରତିନିଧି ବାଛିବାର ବ୍ୟବସ୍ଥା ରହିଛି।

By amfnews

Related Post