Sat. May 10th, 2025

୧,୦୦୦ରୁ ଅଧିକ ଚୀନ ଛାତ୍ର-ଛାତ୍ରୀଙ୍କ ଭିସା ରଦ୍ଦ କଲା ଆମେରିକା

By amfnews Sep 10, 2020 #Featured
337 Views

ନୂଆଦିଲ୍ଲୀ: ଆମେରିକା ପ୍ରଶାସନ ଚୀନର ୧ହଜାରରୁ ଅଧିକ ଛାତ୍ର-ଛାତ୍ରୀଙ୍କ ଭିସା ବାତିଲ କରିଛି। ଯେଉଁ ଛାତ୍ରମାନଙ୍କର ଭିସା ବାତିଲ ହୋଇଛି, ସେମାନଙ୍କ ମଧ୍ୟରେ ସ୍ନାତକ ଛାତ୍ର ଏବଂ ଗବେଷକ ଛାତ୍ର ରହିଛନ୍ତି | କାର୍ଯ୍ୟକାରୀ ଗୃହମନ୍ତ୍ରୀ ଚାଡ୍ ୱଲଫ୍ ଏ ବାବଦରେ କହିଛନ୍ତି ଯେ ଆମେରିକା, ଚୀନ୍‌ର ଗୁପ୍ତଚର ବିଭାଗ କିମ୍ବା ପିପୁଲ୍ସ ଲିବରେସନ୍ ଆର୍ମି ସହ ଜଡିତ ଚୀନର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ନାତକ ଛାତ୍ର ଏବଂ ଗବେଷକଙ୍କ ପାଇଁ ଭିସା ପ୍ରତ୍ୟାହାର କରିବାର ଏକ ମାସ ପୁରୁଣା ପ୍ରସ୍ତାବ ଉପରେ ବିଚାର କରି ଏହି ନିଷ୍ପତ୍ତି ନେଇଛି, କାରଣ ସେମାନେ ଗୁପ୍ତ ତଥ୍ୟ ଚୋରି କରିବା ଭଳି ବିପଦ ସୃଷ୍ଟି କରିପାରନ୍ତି |

ଚାଡ୍ ୱଲଫ୍ ଅଭିଭାଷଣରେ, କରୋନୋଭାଇରସ୍ ଗବେଷଣା ଚୋରି କରିବା ସହିତ ଚୀନ୍ ଦ୍ୱାରା ହୋଇଥିବା ଅନୈତିକ ବାଣିଜ୍ୟ ପ୍ରଥା ଏବଂ ଔଦ୍ୟୋଗିକ ଗୁପ୍ତଚର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଆମେରିକୀୟ ଶିକ୍ଷାକୁ ଶୋଷଣ କରିବା ପାଇଁ ଛାତ୍ର ଭିସାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ।

हजारों चीनी छात्रों का वीजा रद्द

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଆମେରିକା ଆଗକୁ ନିଷେଧ କରିବାକୁ ଯାଉଛି। ଯାହା ଦ୍ବାରା ଦାସ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଆମେରିକୀୟ ବଜାରରେ ବିକ୍ରି ହୋଇପାରିବ ନାହିଁ | ଚୀନ୍ କାହାକୁ ଶୋଷଣ କରିବା ଉଚିତ୍ ନୁହେଁ। ଚୀନକୁ ପ୍ରତ୍ୟେକ ମଣିଷ ଏବଂ ସେମାନଙ୍କର ଗରିମାକୁ ସମ୍ମାନ ଦେବା ଉଚିତ୍ | ଚୀନ୍‌ର ଝିନଜିଆଙ୍ଗ ପ୍ରଦେଶରେ ରହୁଥିବା ମୁସଲମାନମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଆମେରିକା ଏହା କହିଛି।

ଆମେରିକାର ମୁଖପାତ୍ର କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତିଙ୍କ ଦ୍ବାରା ମେ’ ୨୯ରେ କରାଯାଇଥିବା ଘୋଷଣାର ଫଳସ୍ବରୁପ ଏହି ନିଷ୍ପତ୍ତି ନିଆଯାଇଛି। କାରଣ ଚୀନ୍ ହଂକଂରେ ଗଣତନ୍ତ୍ରକୁ ଶେଷ କରିବାକୁ ଚେଷ୍ଟା କରୁଛି।

By amfnews

Related Post