Sat. Nov 2nd, 2024

୧ରୁ ବର୍ଷିବ, ୩ରୁ ବଢ଼ିବ ଶୀତର ପ୍ରକୋପ

By amfnews Dec 30, 2019 #Featured
118 Views

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ କେତେକ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି। ଆହୁରି ୨ ଦିନ ସ୍ଥିତି ଏପରି ଅସମ୍ଭାଳ ରହିବ। ଆଉ ଏହା ପରେ ଜାନୁଆରୀ ପହିଲାରୁ ଉତ୍ତର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ୧ ତାରିଖ ଯାଏ ଶୀତ ଲହରୀ ଲାଗି ରହିବ। ୧ ଓ ୨ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର,ଓ ଦେବଗଡ଼ରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ।

ସେହିପରି ୨ ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ୩ ତାରିଖରୁ ପୁଣି ଥଣ୍ଡାର ପ୍ରକୋପ ବଢ଼ିବ। ୱେଷ୍ଟର୍ଣ୍ଣ ଡିଷ୍ଟରବାନସ୍‌ ଯୋଗୁ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।

 

By amfnews

Related Post