Fri. Mar 6th, 2026

ୟେଦ୍ୟୁରପ୍ପା ନେଲେ ଶପଥ

468 Views

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ତାଙ୍କୁ ରାଜ୍ୟପାଳ ଭଜୁଭାଇ ବାଲା ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବିଧାନସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଠନକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। କଂଗ୍ରେସ ଜେଡିଏସ୍ମିଳିତ ଭାବେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ପାଖରେ ଦାବି କରିଥିବା ବେଳେ ସର୍ବାଧିକ ଆସନ ଜିତିଥିବା ବିଜେପି ମଧ୍ୟ ଆବେଦନ କରିଥିଲା। ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିବା ସହ ବହୁମତ ସାବ୍ୟସ୍ତ କରିବାକୁ ୧୫ ଦିନ ସମୟ ଦେଇଥିଲେ। ଯାହାକୁ ବିରୋଧ କରି କଂଗ୍ରେସ ଜେଡିଏସ୍ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ଗତକାଲି ରାତିରେ ସୁପ୍ରିମକୋର୍ଟରେ ହୋଇଥିଲା। କୋର୍ଟ ଏହାର ବିଚାର କରି ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ଲଗାଇବାକୁ ମନା କରିଦେଇଥିଲେ

By amfnews

Related Post