Mon. Dec 23rd, 2024

ହ୍ରାସ ପାଉଛି ହୀରାକୁଦ ଜଳସ୍ତର, ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ମିଳୁଛି ଆଶ୍ୱସ୍ତି

By amfnews Sep 2, 2020 #Featured
154 Views

ଭୁବନେଶ୍ୱର, ସେପ୍ଟେମ୍ବର ୦୧ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ପଡ଼ୋଶୀ ଛତିଶଗଡ଼ ଓ ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ବର୍ଷା ଛାଡ଼ି ଯାଇଥବାରୁ ଏବେ ଜଳସ୍ରୋତ କମିଯାଇଛି । ଫଳରେ ଡ୍ୟାମ ଭିତରକୁ ପୂର୍ବଭଳି ଜଳରାଶି ପ୍ରବେଶ କରୁନାହିଁ । ହୀରାକୁଦ ଡ୍ୟାମରେ ଜଳସ୍ତର କମିବା ପରେ ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।

ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଏହାର ଜଳସ୍ତର ୬୨୫.୪୩ ଫୁଟ ରହିଛି । ଡ୍ୟାମକୁ ଏବେ ୩ ଲକ୍ଷ ୨୧ ହଜାର ୮୫୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଥିରୁ ୪ ଲକ୍ଷ ୪ ହଜାର ୪୫୦ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି । କଟକ ଜିଲ୍ଲା ମୁଣ୍ଡଳିରେ ୮ ଲକ୍ଷ ୪୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସୂଚନାଯୋଗ୍ୟ, ବିଗତ ଦିନରେ ହୀରାକୁଦ ଡ୍ୟାମରୁ ୪୬ଟି ଗେଟ ଦେଇ ଜଳ ନିଷ୍କାସନ କହରାଯିବା ପରେ ସମ୍ବଲପୁର, ସୁବର୍ଣ୍ଣପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ । ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ଗାଁକୁ ବନ୍ୟା ଜଳ ପ୍ରବେଶ କରିଥିଲା । ସେହିପରି ଲକ୍ଷ ଲକ୍ଷ ଚାଷ ଜମିରେ ପାଣି ପ୍ରବେଶ କରିଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଥିଲା ।

By amfnews

Related Post