Sun. Mar 8th, 2026

ହୋଲ୍ଡିଂ ଟ୍ୟାକ୍ସ ଦେଇନଥିଲେ ଆଜିଠାରୁ କଟିବ ପାଣି, ବିଜୁଳି

220 Views

ଭୁବନେଶ୍ୱର : ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଜିଠୁ ଆଉ ମିଳିବ ନାହିଁ ପାଣି-ବିଜୁଳି। ଖିଲାପକାରୀଙ୍କ ବିରୋଧରେ ବିଏମସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଏମସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ସେସୁ ଏବଂ ଓ୍ୱାଟକୋକୁ ଚିଠି ଲେଖିଛନ୍ତି।

ବିଏମସିର ନର୍ଥ ଜୋନରେ ଥିବା ମୋଟ ୧୮ ଜଣ ଖିଲାପକାରୀଙ୍କ ନାମ ସହ ସେମାନଙ୍କର ବକେୟା ଥିବା ହୋଲ୍ଡିଂ ଟିକସର ବିବରଣୀ ଏକ ଚିଠାରେ ଦିଆଯାଇଛି। ଆଜିଠାରୁ ଏହି ଖିଲାପକାରୀଙ୍କ ବିଜୁଳି ସାଙ୍ଗକୁ ପାଣି କନେକସନ୍ କଟାଯିବ।

ଗତବର୍ଷ ମୋଟ ୬୦ କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ପାଇଁ ବିଏମସିର ଲକ୍ଷ୍ୟ ରଖିଥିବା ବେଳେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ଆଦାୟ ହୋଇଥିଲା ମୋଟ ୧୬ କୋଟି। ବକେୟା ଟିକସ ଆଦାୟ ପାଇଁ ବିଏମସି ପକ୍ଷରୁ ଫେବ୍ରୁଆରୀ ମାସରେ ୧୦ ଜଣ କିନ୍ନରଙ୍କୁ ‘ସ୍ୱୀକୃତି’ ନାମରେ ନାମିତ କରାଯାଇ ନିୟୋଜିତ କରାଯାଇଥିଲା। ଏସବୁ ସତ୍ତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ ବି ହୋଲ୍ଡିଂ ଟିକସ ଆଦାୟ କରିବାରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲାନାହିଁ ବିଏମ୍‌ସି।

By amfnews

Related Post