Sat. Mar 7th, 2026

ହୋଟେଲ ବିଲକୁ ନେଇ ଝଗଡ଼ା ହେବାରୁ ଯୁବକଙ୍କ ନାଆଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

146 Views

ନୂଆଦିଲ୍ଲୀ  : ଜଣେ ପ୍ରବାସୀ ଭାରତୀୟ (ଏନଆରଆଇ) ଦିଲ୍ଲୀର ଜଣେ ଯୁବତୀଙ୍କୁ ବାହାଘରର ପ୍ରସ୍ତାବ ଦେଇଥିଲେ। ଏହାପରେ ଯୁବକଜଣକ ନୂଆଦିଲ୍ଲୀ ଆସି ଯୁବତୀଙ୍କୁ ଭେଟିଲେ। ତ’ପରେ ସେ ଦୁହେଁ ଏକ ହୋଟେଲରେ ଭୋଜନ କଲେ। ବିଲ୍‌ ଦେବାକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହେଲା। ତା’ପରେ ବ୍ରିଟେନରୁ ଆସିଥିବା ସେହି ଯୁବକଙ୍କ ବିରୋଧରେ ଯୁବତୀଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଏହି ମାମଲାକୁ ନେଇ ଉକ୍ତ ଏନ ଆରଆଇ ଯୁବକ ଗତ ଦେଢ ବର୍ଷ ହେବ ବ୍ରିଟେନରୁ ଦିଲ୍ଲୀ ଚକ୍‌କର କାଟୁଥିଲେ। ଏହି ମାମଲା ସେତେବେଳେ ନୂଆ ମୋଡ ନେଇଥିଲା, ଯେତେବେଳେ ଯୁବତୀଜଣକ ନ୍ୟାୟାଳୟରେ କହିଥିଲେ ଯେ ହୋଟେଲରେ ଖାଇବା ବିଲକୁ ନେଇ ବିବାଦ ଉପୁଜଥିଲା। ସେତେବେଳେ ସେ ରାଗରେ ଦୁଷ୍କର୍ମ ମାମଲା ରୁଜୁ କରାଇଥିଲେ। ଏହି ବୟାନ୍‌ ଶୁଣିବା ପରେ ବିଚାରପତି ଉମେଦ ସିଂହ ଗ୍ରେଓ୍ଵାଲ ଏନଆରଆଇ ଯୁବକଙ୍କୁ ଦୁଷ୍କର୍ମ ଅଭିଯୋଗରୁ ଖଲାସ କରିଥିଲେ।

ସୂଚନାଯୋଗ୍ୟ ଯେ ଯୁବତୀ ଜଣକ ୨୦୧୮ ମାର୍ଚ୍ଚ ମାସରେ ଏନଆରଆଇ ଯୁବକଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ରୁଜ୍ଜୁ କରାଇଥିଲେ। ସେତେବେଳେ ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ ଯୁବକ ଓ ସେ ହୋଟେଲ ରୁମ୍‌ରେ ଚା’ ପିଇବାକୁ ମଗାଇଥିଲେ। ଯୁବତୀ ଜଣକ ଚା’ ପିଇବା ପରେ ବେହୋସ ହୋଇଯାଇଥିଲେ। ସେହି ଅବସ୍ଥାରେ ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଥିଲେ ଯୁବତୀ।

By amfnews

Related Post