Sun. Mar 8th, 2026

ହୋଟେଲରୁ ମିଳିଲା ନାଏବ ସୁବେଦାରଙ୍କ ମୃତଦେହ

165 Views

ଝାରସୁଗୁଡ଼ା : ଝାରସୁଗୁଡା  ସହ ସ୍ଥିତ ଏକ ହୋଟେଲ ରୁମ୍‌ରୁ ଭାରତୀୟ ସେନା ବାହିନୀରେ ଚାକିରି କରିଥିବା ଜଣେ ନାଏବ ସୁବେଦାରଙ୍କ ଝୁଲନ୍ତା ମୃତଦେହ ଗତ ୮ ତାରିଖରେ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ଶିବନପ୍ପା ସିଦ୍ଧାପ୍ପା ୱାରି । ତାଙ୍କ ଘର କର୍ଣ୍ଣାଟକର ବେଲଗାମ ଜିଲ୍ଲାରେ।

ଶିବନପ୍ପା ଗତ ୨ ତାରିଖରୁ ଝାରସୁଗୁଡ଼ାରେ ଥିବା ଏକ ହୋଟେଲରେ ରହୁଥିଲେ। ତେବେ ଗତ ୮ ତାରିଖରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ହୋଟେଲ କର୍ତ୍ତୃପକ୍ଷ ଝାରସୁଗୁଡ଼ା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତାଙ୍କ ପରିବାର ଲୋକଙ୍କୁ  ସୂଚନା ଦେଇଥିଲା।  ଗତକାଲି ତାଙ୍କ ପରିବାର ଲୋକେ କର୍ଣ୍ଣାଟକରୁ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।

ତେବେ ନାଏବ ସୁବେଦାର କାହିଁକି ଝାରସୁଗୁଡା ଆସିଥିଲେ ସେ କାହିଁକି ଆତ୍ମହତ୍ୟା କଲେ ସେ ସମ୍ପର୍କରେ କିଛି ଜାଣି ନଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ଏପରିକି ଝାରସୁଗୁଡ଼ାରେ ତାଙ୍କର କେହି ସମ୍ପର୍କୀୟ ରହୁ ନଥିବା ଜଣାପଡ଼ିଛି। ଏହା ଆତ୍ମହତ୍ୟା ନା’ ହତ୍ୟା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।  ଆଜି  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ  ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି।

By amfnews

Related Post