Sun. Jun 8th, 2025

ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ନିଜ ହେଲିକପ୍ଟର୍‌ ସଜ କଲେ ରାହୁଳ ଗାନ୍ଧୀ

By amfnews May 12, 2019 #Featured
195 Views

ନୂଆଦିଲ୍ଲୀ: ନିଜେ ହେଲିକପ୍ଟର୍‌ ସଜାଡୁଥିବାରୁ ଏକ ଫଟୋ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ କରିଛନ୍ତି।ଖବର ଅନୁସାରେ, ଶୁକ୍ରବାର ଦିନ ରାହୁଳ ଗାନ୍ଧୀ ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ହେଲିକପ୍ଟର୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।
କିନ୍ତୁ ଅନ୍ୟମାନେ ଆସିବା ପୂର୍ବରୁ ଗାନ୍ଧୀ ନିଜେ ଯାଇ ଅନ୍ୟମାନଙ୍କ ସହଯୋଗରେ ହେଲିକପ୍ଟର୍‌ ସଜାଡୁଛନ୍ତି।

ସେ ଏହି ପରିଚୋୟକ୍ତି ସହ ଛବିଟି ପୋଷ୍ଟ୍‍ କରିଛନ୍ତି: ଉତ୍ତମ ଦଳଗତ କାମର ଅର୍ଥ ସବୁ ପ୍ରତି କାମରେ ପରସ୍ପରକୁ ସହଯୋଗ କରିବା! ଆଜି ହିମାଚଳ ପ୍ରଦେଶର ଉନା ଠାରେ ଆମ ହେଲିକାପ୍ଟର୍‌ରେ ଅସୁବିଧା ହୋଇଥିଲା। ଆମେ ଏକତ୍ର କାମ କରି ତୁରନ୍ତ ତାହା ସଜାଡ଼ି ଦେଲୁ। ଯୋଗକୁ ବିଶେଷ କିଛି ଅସୁବିଧା ହୋଇ ନ ଥିଲା।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର୍‌ ଅସଜ ହୋଇ ଯାଇଥିଲା। ଟିମ୍‌ ଓ୍ଵାର୍କ ଯୋଗୁଁ ତୁରନ୍ତ ସମସ୍ୟାର ସମାଧାନ ହୋଇ ପାରିଲା।ରାହୁଳଙ୍କ ଫଟୋ ତାଙ୍କ ଦିଂବଗତ ପିତା ରାଜୀବ ଗାନ୍ଧୀଙ୍କ କଥା ମନେପକାଇ ଦେଉଛି। ସେ ଥିଲେ ଜଣେ ତାଲିମପ୍ରାପ୍ତ ପାଇଲଟ୍‌ ଏବଂ ରାଜନୀତିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ହେବା ପରେ ବି ବିମାନ ଚଳାଚଳ କ୍ଷେତ୍ରରେ ଆଗ୍ରହ ରଖିଥିଲେ।

By amfnews

Related Post