Tue. Dec 24th, 2024

ହିନ୍ଦୁ ସମ୍ମିଳନୀ ପାଇଁ VHP ଭୂମିପୂଜନ

By amfnews Dec 29, 2018 #Featured
381 Views

ରାଉରକେଲା, ୨୯ା୧୨  : ଚଳିତ ମାସ ୩୦ ତାରିଖ ଦିନ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ସ୍ଥାନୀୟ ଉଦିତନଗର ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ହିନ୍ଦୁ ସମ୍ମିଳନୀ ଉପଲକ୍ଷେ ପ୍ୟାରେଡ୍ ମଇଦାନ ଠାରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସଞ୍ଚାଳନ ସମିତି ମୁଖ୍ୟ ସର୍ବେଶ୍ୱର ଦାସଙ୍କ ସହ ରମ ଚନ୍ଦ୍ର ନାୟକ, ଦିଶ୍ୱମ୍ବରନାଥ ମିଶ୍ର, ଅମୂଲ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମରେ ପରିଷଦର ଜିଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସଂକଳ୍ପ କରିଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତା ଜଗଦୀଶ ପ୍ରସାଦ ଖାଡଙ୍ଗା, ଅନ୍ନଦା ଶଙ୍କର ପାଣିଗ୍ରାହୀ ଓ ସଂଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ସମାଗମ ହେବାର ଯୋଜନା କରାଯାଇଛି ।

By amfnews

Related Post