Fri. Jan 17th, 2025

ହିଂସା ନରୋକିଲେ ଶୁଣାଣି ହେବନି: ସୁପ୍ରିିମକୋର୍ଟ

By amfnews Dec 16, 2019 #Featured
175 Views

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ, ପଶ୍ଚିମବଙ୍ଗଦିଲ୍ଲୀ, ପରେ ଏବେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଛାତ୍ରଛାତ୍ରୀ ହିଂସା ପ୍ରଦର୍ଶନ କରିଛନ୍ତି। ଏ ନେଇ ତତ୍କାଳ ଶୁଣାଣୀ ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିିମକୋର୍ଟରେ ଆବଦେନ କରିଥିଲେ। ସିଏଏ ଲାଗୁ କରିବା ଫଳରେ ସାରା ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ ଆସନ୍ତାକାଲି ଶୁଣାଣି କରିବେ ବୋଲି କହିଛନ୍ତି। ହେଲେ ଏହା ପୂର୍ବରୁ ହିଂସା ରୋକିବାକୁ ନିବେଦନ କରିଛନ୍ତି। ଯଦି ହିଂସା ନରୋକିବ  ତାହେଲେ ଶୁଣାଣି କରିବେନି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ହିଂସା ପାଇଁ ପୁଲିସ କିମ୍ୱା ଛାତ୍ରଙ୍କୁ କାହାରିକୁ ସେ ଦୋଷୀ ବୋଲି ବିଚାରକୁ ନେଉ ନାହାନ୍ତି ବୋଲି ସିଜେଆଇ କହିଛନ୍ତି। ଛାତ୍ର ହୋଇ ଆଇନକୁ ହାତକୁ ନେବା ଠିକ୍ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।

କୋର୍ଟରେ ଆଜି ଶୁଣାଣି ବେଳେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତିଙ୍କୁ ହିଂସାର ଏକ ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ। ହେଲେ ସିଜେଆଇ ସ୍ପଷ୍ଟ କରିଥିଲେ, ସେ କୌଣସି ପ୍ରକାର ଭିଡିଓ ଦେଖିବାକୁ ଚାହୁଁନାହାନ୍ତି। ଯଦି ଏଭଳିଂ ହିଂସା ଜାରି ରହିବ ତାହେଲେ ସୁପ୍ରିମକୋର୍ଟ କୌଣସି ପ୍ରକାର ରାୟ ଶୁଣାଇବେ ନାହିଁ ବୋଲି କହିଛନ୍ତି।

ତେବେ ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଦେଖାଦେଇଥିବା ହିଂସା ମାମଲାରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତି ତଦନ୍ତ କରିବେ ବୋଲି ବରିଷ୍ଠ ଆଇନଜୀବୀ କୋଲିନ ଗାନାଜାଲଭିସ୍ କହିଛନ୍ତି।

ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ବାବଦରେ ମଧ୍ୟ ସିଜେଆଇ ପ୍ରତିକ୍ରିୟା ରଖିଛନ୍ତି। ଶୁଣାଣି ବେଳେ ସେ କହିଛନ୍ତି, ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଏଭଳି ପଦକ୍ଷେପ ନେବାକୁ ପଡ଼ିବ। ହିଂସା କରିବାକୁ ଯାଇ ଦେଶର ସମ୍ପତ୍ତିକୁ କେହି କ୍ଷତି ପହଞ୍ଚାଇପାରିବେ ନାହିଁ ବୋଲି ସିଜେଆଇ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଜାମିଆ ହିଂସା ମାମଲାରେ ଗିରଫ ହୋଇଥିବା ୫୨ ଛାତ୍ରଙ୍କ ଗିରଫ ବାବଦରେ ତତ୍କାଳ ଶୁଣାଣି ପାଇଁ ଆବେଦନ ହୋଇଛି। ହେଲେ କୋର୍ଟ ଶୁଣାଣି ପୂର୍ବରୁ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିନା ମାମଲା ଦାୟର କରି କୋର୍ଟଙ୍କ ଦ୍ୱାରସ୍ଥ ହେବା ଠିକ୍ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

By amfnews

Related Post