Sun. Mar 8th, 2026

ହାଲ୍‌ରୁ ବାୟୁସେନା କିଣିବ ଏଚଟିଟି-୪୦

225 Views

ନୂଆଦିଲ୍ଲୀ  : ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ ପାଇଁ ଏଣିକି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ଉପରେ ନିର୍ଭର କରିବ। ଏଥିପାଇଁ ସ୍ୱିଜରଲ୍ୟାଣ୍ଡର ପି-୭ ବିମାନ ବଦଳରେ ହିନ୍ଦୁସ୍ଥାନ ଏରୋନେଟିକାଲ ଲିମିଟେଡ (ଏଚଏଏଲ) ବା ହାଲ୍‌ର ଏଚଟିଟି-୪୦ ବିମାନ ବ୍ୟବହାର କରିବ।

ତେବେ ଏହି ଏଚଟିଟି-୪୦ ବିମାନର ପରୀକ୍ଷା ହୋଇନାହିଁ। ଖୁବଶୀଘ୍ର ବିମାନର ପରୀକ୍ଷା ହେବା ପରେ ଏହା ବାୟୁସେନାରେ ସାମିଲ୍ ହେବ ବୋଲି ଜଣାପଡ଼ିଛି। ଏବେ ଏହି ବିମାନକୁ ଆଇଓସି ଅନୁମତି ମିଳିବ ବୋଲି ଜଣାପଡ଼ିଛି। ଆଉ କିଛି ପରୀକ୍ଷା ପରେ ଅନ୍ତିମ ମଞ୍ଜୁରୀ ଏଫଓସି ମିଳିବ ବୋଲି ଜଣାପଡ଼ିଛି।

ବାୟୁସେନା ପ୍ରମୁଖ ରାକେଶ ସିଂହ ଭୈଦରିଆ କହିଛନ୍ତି ଏବେ ବାୟୁସେନା ଏହି ବିମାନ ଉପରେ ନଜର ରଖିଛି। ଆବଶ୍ୟକ ପରୀକ୍ଷା ପରେ ଏହାକୁ ସାମିଲ କରାଯିବ ବୋଲି ଆଶା ରହିଛି।

୩୮ଟି ପି-୭ ବିମାନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ୨୦୧୨ରେ ୟୁପିଏ ସରକାର ସମୟରେ କିଣା ହୋଇଥିବା ୭୫ଟି ପି-୭ ବିମାନରେ ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଥିଲା। ଏହାପରେ କେନ୍ଦ୍ର ସରକାର ପି-୭ ବିମାନ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି। ଅର୍ଥାତ୍ ସେହି କମ୍ପାନୀରୁ ଆଗାମୀ ଦିନରେ କେନ୍ଦ୍ର ସରକାର ବିମାନ କିଣିବେ ନାହିଁ। ଏହାପରେ ୩୮ଟି ପି-୭ ବିମାନ କିଣିବା ନିଷ୍ପତ୍ତି ପ୍ରତ୍ୟାହାର ହୋଇଛି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।

By amfnews

Related Post