ମୁମ୍ବାଇ: କରଣ ଜୋହରଙ୍କ ‘କଫି ୱିଥ୍ କରଣ’ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ଖେଳାଳି ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇଥିଲେ।
ଏକ ଟେଲିଭିଜନ ସୋ’ରେ ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ରଖିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ଖେଳାଳି ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ମହଙ୍ଗା ପଡ଼ିଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନିଲମ୍ବନ ଲାଗୁ କରାଯାଇଛି। ଫଳରେ ଶନିବାରଠାରୁ ସିଡନିରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଏକ ପ୍ରକାର ବାଦ୍ ପଡ଼ିଛନ୍ତି। ଶନିବାରର ପ୍ରଥମ ମ୍ୟାଚ୍ ତାଲିକାରୁ ଉଭୟଙ୍କ ନାମକୁ ବାଦ୍ ଦିଆଯାଇଛି।
ବଲିଉଡର ହଟ୍ ନାୟିକା ଈଶା ଗୁପ୍ତା ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।ହେଲେ ଏବେ ସେ ହାର୍ଦିକ ପାଣ୍ଡ୍ୟାଙ୍କ ବନ୍ଧୁଭାବେ ବି ଚଚ୍ଚିତା ହୋଇଛନ୍ତି। ଏ ସଂପର୍କରେ ସାମ୍ବାଦିକମାନେ ଯେତେବେଳେ ଈଶାଙ୍କୁ ପ୍ରଶ୍ନ କଲେ ତତକ୍ଷଣାତ୍ ରାଗିଯାଇ ସେ କହିଲେ ‘କିଏ ଆପଣଙ୍କୁ କହିଲା ଯେ ହାର୍ଦିକ ପାଣ୍ଡ୍ୟା ମୋର ବନ୍ଧୁ ବୋଲି? ସେ ସ୍ପଷ୍ଟଭାବେ ମନା କରିଥିଲେ କି ହାର୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କର କିଛି ସଂପର୍କ ନାହିଁ। ଈଶା ଗୁପ୍ତା ମୁମ୍ବାଇରେ ଗେଟ୍ ଡାର୍ଟିର ଲଞ୍ଚିଂ ଅବସରରେ ଏହା କହିଛନ୍ତି।



