Wed. Dec 25th, 2024

ହାଥରସ ଗଣଦୁଷ୍କର୍ମ ଘଟଣା: ମହିଳା ସାଂସଦ କହିଲେ ଅଭିଯୁକ୍ତଙ୍କୁ ଜନତା ସମ୍ମୁଖରେ ଗୁଳି କରାଯାଉ

By amfnews Oct 2, 2020 #Featured
114 Views

ନୂଆଦିଲ୍ଲୀ, ଅକ୍ଟୋବର ୦୨ : ଉତ୍ତରପ୍ରଦେଶର ହାଥରସରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି । ଦେଶର ଅନେକ ସ୍ଥାନରେ ହାଇଦ୍ରାବାଦ ଭଳି ଦଣ୍ଡ ଦେବାକୁ ଦାବି ହୋଇଛି । ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗରରୁ ସାଂସଦ ଲୋକେଟ ଚାଟାର୍ଜୀ କହିଛନ୍ତି ଅଭିଯୁକ୍ତଙ୍କୁ ଜନତାଙ୍କ ସମ୍ମୁଖରେ ଗୁଳି କରି ଦିଆଯିବା ଦରକାର ।

ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ସାଂସଦ ଲୋକେଟ ଚାଟାର୍ଜୀ କହିଛନ୍ତି, ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ । ଉତ୍ତର ପ୍ରଦେଶର ହାଥରସରେ ଜଣେ ଝିଅଙ୍କ ସହିତ ହୋଇଥିବା କୁତ୍ସିତ କାର୍ଯ୍ୟ ଚିନ୍ତାର ବିଷୟ । ମହିଳାଙ୍କ ବିରୋଧରେ ହିଂସାର ମାତ୍ରା ସୀମା ଉଲ୍ଲଂଘନ କରିଛି । ଏହା ଲଜ୍ଜା ଜନକ ପ୍ରସଙ୍ଗ । ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସାଂସଦ ଶ୍ରୀମତୀ ଚାଟାର୍ଜୀ କହିଛନ୍ତି । କୃଷି ବିଲ ସପକ୍ଷରେ ରାଲିକୁ ସମ୍ବୋଧିକ କରିବା ଅବସରରେ ସେ ଏହା କହିଛନ୍ତି ।

ସୂଚନାଯୋଗ୍ୟ, ହାଥରସରେ ଗତ ସେପ୍ଟେମ୍ବର ୧୪ ତାରିଖରେ ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ଯୁବତୀଙ୍କ ଜୀଭ କାଟି ଦେଇଥିଲେ । ଯୁବତୀଙ୍କ ଗଳା କାଟି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଂଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ସଂପର୍କୀୟଙ୍କ ସୂଚନା ନ ଦେଇ ପୋଲିସ ଯୁବତୀଙ୍କ ଅନ୍ତିମ ସଂସ୍କାର କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।

By amfnews

Related Post