Thu. Mar 6th, 2025

ହାଥରସ୍‌ ଗଣଦୁଷ୍କର୍ମ ଘଟଣା: କାର୍ଯ୍ୟାନୁଷ୍ଠାନ ନେଳେ ମୁଖ୍ୟମନ୍ତ୍ରୀ ଯୋଗୀ, ଏସ୍‌ପି-ଡିଏସ୍‌ପି ନିଲମ୍ବିତ

By amfnews Oct 3, 2020 #Featured
201 Views

ଲକ୍ଷ୍ନୌ, ଅକ୍ଟୋବର ୦୩ : ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଭବିଷ୍ୟତ ପାଇଁ ଉଦାହରଣ ପ୍ରସ୍ତୁତ କରିବା ଲାଗି ଦଣ୍ଡ ଦେବାକୁ କହିଛନ୍ତି। ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ନିଲମ୍ବିତ ପୋଲିସ କର୍ମଚାରୀଙ୍କ ତାଲିକାରେ ହାଥରସ୍‌ ଏସ୍‌ପି ବିକ୍ରାନ୍ତ ବୀର, ଡିଏସ୍‌ପି ସିଓ ରାମ ଶାବଦ, ଇନ୍‌ସପେକ୍ଟର ଦିନେଶ କୁମାର ବର୍ମା, ଏସ୍‌ଆଇ ଜଗବୀର ସିଂହ ଓ ମୁଖ୍ୟ କନ୍‌ଷ୍ଟେବଳ ମହେଶ ପାଲ ସାମିଲ ଅଛନ୍ତି। ଏସ୍‌ଆଇଟିର ପ୍ରଥମ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ଏବେ ବିନୀତ ଜୟସ୍ୱାଲଙ୍କୁ ହାଥରସ୍‌ର ନୂଆ ଏସ୍‌ପି ଦାୟିତ୍ୱ ଦିଆଯାଇଛି।
ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ବାଦୀ ପ୍ରତିବାଦୀ ପ୍ରଶାସନ ସମସ୍ତ ଲୋକଙ୍କୁ ନାର୍କୋ ପଲିଗ୍ରାଫ ଟେଷ୍ଟ ଖୁବ ଶିଘ୍ର କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଅର୍ଥାତ ଉଭୟ ପକ୍ଷ ସମେତ ଅଧିକାରୀଙ୍କ ମଧ୍ୟ ନାର୍କୋ ଟେଷ୍ଟ କରାଯିବ। ମାତ୍ର ଏହି ମାମଲାରେ ଜିଲ୍ଲାପାଳ ପ୍ରବୀଣ କୁମାର ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ସୂଚନାଯୋଗ୍ୟ, ଜିଲ୍ଲାପାଳ ପ୍ରବୀଣ କୁମାରଙ୍କ ଉପରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ, ସେ ପରିବାର ଲୋକଙ୍କୁ ଧମକ ଦେବା ଚାପ ପ୍ରୟୋଗ କରିବାକୁ ଉଦ୍ୟମ କରିଥିଲେ। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଅସନ୍ତୁଷ୍ଟ ଥିଲେ। ସେ ବିଳମ୍ବିତ ସନ୍ଧ୍ୟାରେ ରିପୋର୍ଟ ମାଗିଥିଲେ। ଏହା ପରେ ନିଜର ନିଷ୍ପତ୍ତି ଶୁଣାଇଥିଲେ।

By amfnews

Related Post