Sat. Mar 7th, 2026

ହାତ ଧରିଲେ ମିଲି ପଣ୍ଡା, ନୀଳଗିରି ରାଣୀ

339 Views

ଭୁବନେଶ୍ୱର : ପ୍ରମୁଖ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡା ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ନୀଳଗିରି ରାଣୀ ମନୋଜା ଦେବୀ ମଧ୍ୟ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଆଜି ଅପରାହ୍ଣରେ କଂଗ୍ରେସ ଭବନରେ ପ୍ରଚାର ଅଭିଯାନ କମିଟି ବୈଠକ ଚାଲିଥିବା ବେଳେ ମିଲି ପଣ୍ଡା, ମନୋଜା ଦେବୀ ଓ ୨ଜଣ ଜିଲ୍ଲା ପରିଷଦ ସଦସ୍ୟ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ପ୍ରଚାର ଅଭିଯାନ କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ପ୍ରମୁଖ ଦଳକୁ ସ୍ୱାଗତ କରିଥିଲେ।

By amfnews

Related Post