Sat. Mar 7th, 2026

ହାତୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ପଶୁ ସମ୍ପଦକୁ ବଞ୍ଚାଇବାକୁ ଆଶାବ୍ୟକ୍ତ କଲେ

231 Views

ଭୁବନେଶ୍ୱର, ଅକ୍ଟୋବର ୨୮: ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଠାରେ ବିଦ୍ୟୁତ୍ ତାର ଲାଗି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହସହ ସେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜଙ୍ଗଲ ବିଭାଗ ଆଉ ବିଜୁଳି ବିଭାଗ ଅଧୀନରେ ସେସୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଓଡ଼ିଆର ଅମୂଲ୍ୟ ସମ୍ପଦକୁ ନଷ୍ଟ କରୁଛି। ତେଣୁ ବ୍ୟବସ୍ଥା ଚଲାଉଥିବା ଲୋକମାନେ ଏହାକୁ ଗୁରୁତର ସହ ନେଇ ଓଡିଶାର ପଶୁ ସମ୍ପଦଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।ନିଜ ଫେସବୁକ ପୃଷ୍ଠାରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ ବିଦ୍ୟୁତ ଆଘାତରେ ପଶୁ ମୃତ୍ୟୁ ଓଡିଶାରେ ବହୁ ପୂର୍ବରୁ ବହୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ପୁଣି ହାତୀ ମୃତ୍ୟୁ ଦୁଃଖ ଓ ପରିତାପର ବିଷୟ। ବ୍ୟବସ୍ଥା ଚଲାଉଥିବା ଲୋକ ମାନେ ଏହାକୁ ଗୁରୁତର ସହ ନେଇ ଓଡିଶାର ଯେ ସମ୍ପଦ ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି ମୋର ଆଶା।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି। ଏହା ଦୁଃଖ ଓ ପରିତାପର ବିଷୟ। ଜଙ୍ଗଲ ବିଭାଗ ଆଉ ବିଜୁଳି ବିଭାଗ ଅଧୀନରେ ସେସୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଓଡ଼ିଆର ଅମୂଲ୍ୟ ସମ୍ପଦକୁ ନଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

By amfnews

Related Post