Fri. Mar 6th, 2026

ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ଏକ ଦମ୍ପତି ଗୁରୁତର

270 Views

ସୁନ୍ଦରଗଡ଼  : ସୁନ୍ଦରଗଡ଼ ସଦର ରେଞ୍ଜ ଅଞ୍ଚଳରେ ଏକ ଦନ୍ତା ହାତୀର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଟଙ୍ଗିଡ଼ିହି ଗ୍ରାମରେ ଆଜି ଭୋର ସାଢ଼େ ୪ଟା ସମୟରେ ହାତୀ ଆକ୍ରମଣରେ ଯେଉଁ ବ୍ୟକ୍ତଙ୍କର ମୃତ୍ୟୁ ହୋଇଛି ,ତାଙ୍କ ନାମ ହେଲା ଶଙ୍କର ତାଣ୍ଡିଆ। ତାଙ୍କର ବୟସ ୪୫ବର୍ଷ। ଶଙ୍କର ଘର ବାହାରେ ଶୋଇ ଥିବାବେଳେ ଦନ୍ତାଟି ଆକ୍ରମଣ କରିଥିଲା ।

ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ହମିରପୁରରେ ହାତୀ ଆକ୍ରମଣରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କରୁଣାକର ସାହୁ ଓ ତାଙ୍କ ପତ୍ନୀ ପଦ୍ମିନୀ ସାହୁ । ସେମାନଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ବୁର୍ଲାର ଭିମସାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ହୁଟୁପାନି ଗାଁରେ ହାତୀ ୫ଟି ଘର ଭାଙ୍ଗି ଦେଇଥିବାର ଖବର ମିଳିଛି । ଏସଂପର୍କରେ ଖବର ପାଇବାମାତ୍ରେ ପୁଲିସ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀ ଝାରଖଣ୍ଡ ପଟୁ ଆସିଥିବା କୁହାଯାଉଛି। ହାତୀକୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଛି ବନ ବିଭାଗ। ।

By amfnews

Related Post