Sun. Mar 8th, 2026

ହାତୀକୁ ମାରି ଜାଳିଦେବା ଘଟଣାରେ ୪ ଗିରଫ

196 Views

ରାଉରକେଲା/ରାଜଗାଙ୍ଗପୁର, ନଭେମ୍ବର ୨୨ : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସୁନାଖଣ୍ଡି ମଲ୍ଲାରପଡ଼ାରେ ହାତୀକୁ ମାରି ଜାଳି ଦେବା ଘଟଣାରେ ଜଙ୍ଗଲ ବିଭାଗ ଆଜି ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଲ୍ଲାରପଡ଼ାର ସାଧୁ ଏକ୍କା (୪୫), ସୁରେନ୍ଦ୍ର ମିଞ୍ଜ (୩୩), ମଲ୍ଲାର ଏକ୍କା (୩୬), ପ୍ରଫୁଲ୍ଲ କେର୍କେଟା (୪୨)।

ସେମାନେ ହାତୀ ମାରି ଜାଳି ଦେବା ମାମଲାରେ ପୂର୍ବରୁ ଗିରଫ ମୁଖ୍ୟ ଅଭିଯୁକ୍ତ ହରମୋନ କେର୍କେଟାକୁ ସହଯୋଗ କରିଥିଲେ। ଗିରଫ ଅଭିଯୁକ୍ତମାନେ କହିଛନ୍ତି, ହାତୀପଲ ପ୍ରତି ଦିନ ଚାଷ ଜମିରେ ପଶି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଉଥିଲେ। ହାତୀଙ୍କୁ ରୋକିବା ପାଇଁ ବିଦ୍ୟୁତ୍ ତାର ବିଛାଇବାକୁ ହରମୋନ ଯୋଜନା କରିଥିଲା। ଗତ ଅକ୍ଟୋବର ୧୫ ତାରିଖ ସଂଧ୍ୟାରେ ହାତୀ ପଶୁଥିବା ଜମିରେ ବିଦ୍ୟୁତ ତାର ବିଛା ଯାଇଥିଲା।

ବିଦ୍ୟୁତ ସଂସ୍ପର୍ଷରେ ଆସି ସେହି ରାତିରେ ଏକ ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଧରାପଡ଼ିବା ଭୟରେ ପର ଦିନ ଅର୍ଥାତ ୧୬ ତାରିଖ ସକାଳେ ହାତୀକୁ ପୋତି ଦେଇଥିଲେ। ଏହି ଘଟଣାରେ ଫରେଷ୍ଟର ହରିଶ ଜେନା, ଗାର୍ଡ ସବିତା କିସାନଙ୍କୁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସ୍ବାଇଁ ନିଲମ୍ବିତ କରିଥିଲେ। ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

By amfnews

Related Post