Thu. Mar 13th, 2025

‘ହାଓଡି ମୋଦୀ’ରେ ଜାତୀୟ ସଙ୍ଗୀତ ଗାଇବେ ଭାରତୀୟ ବଂଶୋଦ୍ଭବ ବାଳକ

By amfnews Sep 22, 2019 #Featured
146 Views

ହଷ୍ଟନ୍‌ : ଭଙ୍ଗୁର ଅସ୍ଥି ରୋଗାକ୍ରାନ୍ତ ଜଣେ ଭାରତୀୟ ବଂଶୋଦ୍ଭବ ୧୬ ବର୍ଷିୟ ବାଳକ ଆଜି ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାଇବେ। ସ୍ପର୍ଶ ଶାହା ନାମକ ସେ ବାଳକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଉଚ୍ଛନ୍ନ ହେଉଛନ୍ତି ବୋଲି ଜଣାପଡ଼ିଛି।

ସର୍ବଦା ହୁଇଲ୍‌ଚେୟାର୍‌ରେ ବସି ରହୁଥିବା ସେ ବାଳକର ସୃଜନଶୀଳତାକୁ ସେ ହାଡ଼ଭଙ୍ଗା ରୋଗ ପ୍ରତିରୋଧ କରି ପାରିନାହିଁ। ଯୁକ୍ତରାଷ୍ଟ୍ର ଆମେରିକାର ନିଉଜର୍ସି ବାସିନ୍ଦା ସ୍ପର୍ଶ ଏକାଧାରରେ ଜଣେ ରାପର୍‌, ଗାୟକ ଓ ଗୀତିକାର ଏବଂ ପ୍ରେରଣାଦାୟୀ ବକ୍ତା।

ଷୋହଳ ବର୍ଷ ଭିତରେ ତାଙ୍କର ୧୩୦ରୁ ଅଧିକ ହାଡ଼ ଭାଙ୍ଗିଗଲାଣି। ପରବର୍ତ୍ତୀ ‘ଏମିନେମ୍‌’ ହୋଇ କୋଟିଏ ଲୋକଙ୍କ ସାମ୍ନାରେ ଗୀତ ଗାଇବାକୁ ତାଙ୍କର ଇଚ୍ଛା। ସେ କହନ୍ତି: ଏତେ ଲୋକଙ୍କ ସାମ୍ନାରେ ଗାଇବ ମୋ ପାଇଁ ବଡ଼ କଥା। ଜାତୀୟ ସଙ୍ଗୀତ – ଜନଗଣ ମନ ଗାଇବାକୁ ମୁଁ ବ୍ୟାକୁଳ। ମାଡିସନ୍‌ ସ୍କୋୟାର୍‌ ଗାର୍ଡେନ୍‌ରେ ମୁଁ ପ୍ରଥମେ ମୋଦୀଙ୍କୁ ଦେଖିଥିଲି, ମୁଁ ତାଙ୍କୁ ଭେଟିବାକୁ ଚାହୁଁଥିଲି, କିନ୍ତୁ ଖାଲି ଟିଭିରେ ଦେଖୁଥିଲି। ଠାକୁରଙ୍କ କୃପାରୁ ମୁଁ ତାଙ୍କୁ ଭେଟିବାକୁ ଯାଉଛି।

By amfnews

Related Post