Fri. Mar 6th, 2026

ହାଇୱାରୁ ଚିପ୍ସ ଅନଲୋଡିଂ ବେଳେ ଦୁର୍ଘଟଣା: ସ୍ୱର୍ଗତ ରାହୁଲଙ୍କ ପରିବାରକୁ ବିଧାୟକଙ୍କ ଉପସ୍ଥିତିରେ କ୍ଷତିପୂରଣ ପ୍ରଦାନ

344 Views

ରାଉରକେଲା, ୨୮/୬: ମଇମାସ ୭ ତାରିଖ ମଧ୍ୟାହ୍ନରେ ଆର୍ଏସ୍ପି ପରିସରସ୍ଥିତ ନୂଆ ହଟ୍ଷ୍ଟ୍ରିପ୍ ମିଲ ନିକଟରେ ଏକ ହାଇୱାରୁ ଚିପ୍ସ ଅନଲୋଡିଂ ବେଳେ ଚିପ୍ସ ତଳେ ଚାପିହୋଇ ପ୍ରାଣ ହରାଇଥିବା ହାଇୱା ହେଲପର ରାହୁଲ ଓରାମଙ୍କ ପରିବାର ସଦସ୍ୟଙ୍କୁ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇଛି ।

ଏହି ଦୁର୍ଘଟଣା ପ୍ରସଙ୍ଗ ନେଇ ଦକ୍ଷିଣ ରାଉରକେଲା ସ୍ଥିତ ଆଇଡିଏଲ୍ ଗେଷ୍ଟ ହାଉସ୍ ଠାରେ ରଘୁନାଥପାଲି ବିଧାୟକ ଶ୍ରୀ ତରାଇଙ୍କ ଉପସ୍ଥିତିରେ ଗତ ମଇ ୮ ତାରିଖ ଦିନ ଏକ ଆଲୋଚନା ବୈଠକ ଆୟୋଜନ କରାଯାଇଥିଲା । ସେହି ଆଲୋଚନା ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ହାଇୱାରୁ ଚିପ୍ସ ଅନଲୋଡିଂ ବେଳେ ପ୍ରାଣ ହରାଇଥିବା ଟାଙ୍ଗରପାଲୀ ସ୍ଥିତ ସମରା ବସ୍ତିର ରାହୁଲ ଓରାମଙ୍କ ପରିବାର ସଦସ୍ୟଙ୍କୁ ଏଲ୍ଏଣ୍ଡଟି କମ୍ପାନୀ ପକ୍ଷରୁ କ୍ଷତିପୂରଣ ବାବଦକୁ ମାନବିକ  ଦୃଷ୍ଟିକୋଣରୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ସେହି ସମୟରେ ପାର୍ôଥବ ଶରୀରର ସଂସ୍କାର ପାଇଁ ଏଲ୍ଆଣ୍ଡଟି ପକ୍ଷରୁ ସ୍ୱର୍ଗତ ଓରାମଙ୍କ ପରିବାର ସଦସ୍ୟଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଏଲ୍ଆଣ୍ଡଟି ମ୍ୟାନେଜର ନିରଞ୍ଜନ ଘୋଷ ଏବଂ ଏଲ୍.ଏ. ଅନୁରାଗ ରଘୁନାଥପାଲି ବିଧାୟକ ଶ୍ରୀ ତରାଇଙ୍କ ସେକ୍ଟର-୩ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ପହଞ୍ôଚ ବିଧାୟକ ଶ୍ରୀ ତରାଇଙ୍କୁ ୬ ଲକ୍ଷ ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଥିଲେ । ସେହି ଡିମାଣ୍ଡ ଡ୍ରାଫ୍ଟକୁ ଏଲ୍ଆଣ୍ଡଟି ପକ୍ଷରୁ ଶ୍ରୀ ତରାଇ ସ୍ୱର୍ଗତ ରାହୁଲଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ତରାଇ ଏହି ଅବସରରେ ଏଲ୍ଆଣ୍ଡଟି ଅଧିକାରୀଙ୍କ ବଦାନ୍ୟତା କାରଣରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ, ପ୍ରହ୍ଲାଦ ନାୟକ, ବସନ୍ତ ମଲ୍ଲିକ, ପ୍ରଦ୍ୟୁମ୍ନ ମହାପାତ୍ର, ବିକାଶ ଚୌଧୁରୀ, ଏଲ୍ଆଣ୍ଡଟିର ଏମ୍.ପି. ସୁରେଶଙ୍କ ସମେତ ଦିଲୀପ ସିଂ, ଯୁବ ଓରାମ, ଚମ୍ପା ଓରାମ, ବିରସା ଓରାମ, ଚକୁଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।

Related Post