130 Views
ହାଇଦ୍ରାବାଦ : ନଭେମ୍ବର ୧୧ ତାରିଖ ଦିନ କାଚେଗୁଡ଼ା ଠାରେ ହଣ୍ଡ୍ରେ ଇଣ୍ଟର୍ସିଟି ଏକ୍ସପ୍ରେସ୍କୁ ଧକ୍କା ଦେଇ ଆହତ ହୋଇଥିବା ଲୋକାଲ୍ ଟ୍ରେନ୍ର ୩୧ ବର୍ଷିୟ ଡ୍ରାଇଭର୍ଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ କହିଛନ୍ତି।
ଦୁର୍ଘଟଣା ପରେ ମଲ୍ଟି-ମୋଡାଲ୍ ଟ୍ରନ୍ସପୋର୍ଟ ସିଷ୍ଟମ୍ ଟ୍ରେନ୍ ଚଳାଉଥିବା ଏଲ୍ ଚନ୍ଦ୍ରଶେଖର କ୍ୟାବିନ୍ ମଧ୍ୟରେ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଇଞ୍ଜିନ୍କୁ ପ୍ରାୟ ଆଠଘଣ୍ଟା ଧରି କଟାକଟି କରିବା ପରେ ଯାଇଁ ଏନ୍ଡିଆର୍ଏଫ୍ ଟିମ୍ ତାଙ୍କୁ ବାହାର କରିଥିଲେ।