Mon. Mar 9th, 2026

ହାଇଦ୍ରାବାଦରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଯାତ୍ରୀ ଆହତ

244 Views

ହାଇଦ୍ରାବାଦ: ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନ୍‌ରେ ଦୁଇଟି ଟ୍ରେନ୍‌ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାଗୁଡ଼ିକ ନିଆଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛନ୍ତି ଏମ୍‌ଏମ୍‌ଟିଏସ୍‌ ଏବଂ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌।

କୋଙ୍ଗୁ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ୪ ନମ୍ବର ପ୍ଲାଟ୍‌ଫର୍ମରେ ପହଞ୍ଚୁଥିବା ସମୟରେ ପ୍ଲାଟ୍‌ଫର୍ମ ନମ୍ବର ୨ ରୁ ଏମ୍‌ଏମ୍‌ଟିଏସ୍‌ ତା’ ଉପରକୁ ଯିବା ସମୟରେ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ଖାଇଥିଲେ। ଉଭୟ ଟ୍ରେନ୍‌ର ଗତି ଅତି ମନ୍ଥର ଥିବାରୁ ଧକ୍କାର ପରିଣତି ବିଶେଷ ଭୟାବହ ହୋଇନାହିଁ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ରେଳବାଇ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥରେ ପହଞ୍ଚୁଛନ୍ତି।

ସଦ୍ୟତମ ସୂଚନା ଅନୁସାରେ ଲୋକାଲ୍‌ ଟ୍ରେନ୍‌ର ଡ୍ରାଇଭର୍‌ ଇଞ୍ଜିନ୍‌ ମଧ୍ୟରେ ପଶି ରହିଛନ୍ତି। ଅବଶିଷ୍ଟ ଯାତ୍ରୀମାନଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ଗୁଡ଼ିକରୁ ନିରାପଦରେ ଉଦ୍ଧାର କରାଯାଉଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଶୀର୍ଷସ୍ତରୀୟ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି।

By amfnews

Related Post