186 Views
ରାଉରକେଲା, ୨୬/୭ : ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ସ୍ଲୋଗାନ ଗୋ ଗ୍ରୀନ ଗୋ ସଣ୍ଡେ, ରୋଟାରୀ ୱାନ ଡେ ଅନ୍ତର୍ଗତ ହାଇଟେକ୍ ମେଡିକାଲ କଲେଜ ପରିସରରେ କ୍ଲବ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । କାର୍ଯ୍ୟକ୍ରମରେ ରୋଟାରୀ ସଦସ୍ୟମାନେ ପ୍ରତି ରବିବାର ଦିନ ଚାରା ରୋପଣ କରି ସହରର ସବୁଜିମା ବୃଦ୍ଧି ନିମନ୍ତେ ପ୍ରୟାସ କରିଥାନ୍ତି ।
ଏହିକ୍ରମରେ ହାଇଟେକ୍ ମେଡିକାଲ କଲେଜ ପରିସରରେ ୫୦ରୁ ଊଦ୍ଧ୍ୱର୍ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବ୍ ସଭାପତି ସତୀଶ ଅଗ୍ରୱାଲ, ସମ୍ରାଟ ଅଗ୍ରୱାଲ, ଉପସଭାପତି ମୁକେଶ ବାଜୁକା, ସମ୍ପାଦକ ଡା. ସୁବୋଧ କୁମାର ମେହେର, କୋଷାଧ୍ୟକ୍ଷ ଗୌତମ ଶର୍ମା, ଜିତେନ୍ଦ୍ର ପ୍ରସାଦ, ରଜନୀକାନ୍ତ ୱଜିର, ନରିନ୍ଦର କୌର, ରଶ୍ମିତା ମହାନ୍ତି, ପ୍ରବୀଣ ବେଦୀ ଓ ଚାରା ରୋପଣ ଯୋଜନା ଅଧ୍ୟକ୍ଷ ଡା.ପ୍ରଦୀପ କୁମାର ବର୍ମା ସାମିଲ୍ ଥିଲେ ।