Tue. Jun 17th, 2025

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

By amfnews Jan 7, 2019 #Featured
131 Views

ଭବାନୀପାଟଣା, ଜାନୁଆରୀ ୦୭ : କଳାହାଣ୍ଡିଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳିତ କରାଯାଉଛି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ପରିପ୍ରେକ୍ଷୀରେ ଭବାନୀପାଟଣାରେ ସମସ୍ତ ଦୋକାନବଜାର ବନ୍ଦ ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି।
ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶା ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନ ହେବ ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଚଳାଇଥିବା ବେଳେ ବଲାଙ୍ଗୀର ଓକିଲ ସଂଘ ମଧ୍ୟ ସମାନ ଦାବି କରି ଆସୁଛି। ତେବେ ନିକଟରେ ବ୍ରହ୍ମପୁର ଠାରେ ମଧ୍ୟ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇ ଦାବି ହେଉଥିବା ବେଳେ ଦେଶର ଅନ୍ୟତମ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜିଲ୍ଲା ଓକିଲ ସଂଘ ଦାବି କରିବା ସହିତ ଏଥିପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା।

ଏହି ଡାକରା ପରିପ୍ରେକ୍ଷୀରେ ଆଜି କଳାହାଣ୍ଡିରେ ବସ, ଟ୍ରକ ସହିତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି। ସହିପରି ସ୍କୁଲ, କଲେଜ ସହିତ ବ୍ୟାଙ୍କ, ପୋଷ୍ଟ ଅଫି ଆଗରେ ଆନ୍ଦୋଳନକାରୀମାନେ ପିକେଟିଂ କରି ଏହାକୁ ବନ୍ଦ କରିଛନ୍ତି। ଏହି ବନ୍ଦ ଡକରାକୁ ବିଭିନ୍ନ ରାଜନୈତିକ ଦଳ ସହିତ ସାମାଜିକ, ସାଂସ୍କୃତିକ ସଙ୍ଗଠନଗୁଡ଼ିକ ସମର୍ଥନ ଦେଉଥିବାରୁ ସହରରେ ସମସ୍ତ ଦୋକାନବଜାର ବନ୍ଦ ରହିଛି।

By amfnews

Related Post