Sun. Mar 8th, 2026

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ

259 Views

ରାଉରକେଲା, ୨୫ା୧୨ : ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ରାଉରକେଲାକୁ ସ୍ୱତନ୍ତ୍ର ରାଜସ୍ୱ ଜିଲା ଘୋଷଣା ଓ ଅନ୍ୟାନ୍ୟ କୋର୍ଟ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଫଳରେ ସମସ୍ତ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଚଳିତ ମାସ ୨୭ ତାରିଖ ଦିନ କୌଣସି ଜୁଡିସିଆଲ ଅଧିକାରୀଙ୍କୁ କୋର୍ଟରେ ପୁରାଇ ଦେବାକୁ ବିରୋଧ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯାଇ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସତ୍ୟପଦ ଶର୍ମା, ଅକ୍ଷୟ ସାହୁ, ବରିଷ୍ଠ ଆଇନ୍ଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ପଞ୍ଚାନନ ଶତପଥୀ, ନାରାୟଣ ପ୍ରଧାନ, ବସନ୍ତ ପାତ୍ର, ରମେଶ ଚନ୍ଦ୍ର ବଳ, ଗିରିଜା ଶଙ୍କର ଦ୍ୱିବେଦୀ, ରାମଜୀ ସିଂ, କ୍ରିଷ୍ଣ ଲାଲ, ବୁଲୁ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସଦାନନ୍ଦ ସାହୁ, ଛୋଟେଲାଲ ଚୌଧୁରୀ, ମନୋରଞ୍ଜନ ମିଶ୍ର, ଦିଲ୍ଲୀପ କୁମାର ଦାସ, ପ୍ରଶାନ୍ତ ମହାରଣା, ଶାନ୍ତନୁ କୁମାର ଦାଶ, ଜସକନ ମୁର୍ମୁ, ରାଜେଶ ବାଙ୍କ୍ରା, ବିଜୟ ପ୍ରଧାନ, ଅଜୟ ପ୍ରସାଦ, ମିନତୀ ପଟେଲଲଙ୍କ ସମେତ ଆଇନ୍ଜୀବୀ ସାମିଲ୍ ହୋଇଥିଲେ ।

By amfnews

Related Post