Sat. Mar 7th, 2026

ହାଇକୋର୍ଟ ଅଚଳାବସ୍ଥା ମାମଲା; ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

211 Views

କଟକ : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ସୃଷ୍ଟ ଅଚଳାବସ୍ଥାକୁ  ସୁପ୍ରିମ୍‌କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି। କୋର୍ଟ କାମକୁ ସ୍ୱାଭାବିକ କରିବାରେ ଓଡ଼ିଶା ସରକାର ଯଦି ସକ୍ଷମ ନୁହନ୍ତି, ତେବେ ଅର୍ଦ୍ଧ ସାମରିକ ବାହିନୀର ଆବଶ୍ୟକତା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଓଡ଼ିଶା ହାଇକୋର୍ଟର କାମ କିପରି ପ୍ରଭାବିତ ହେଉଛି ସେ ସଂପର୍କିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବାର ଅଛି।

 ରାଜ୍ୟ ସରକାର  ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ, କୋର୍ଟ କାମ ସ୍ୱାଭାବିକ ଭାବେ ଚାଲୁଛି  ।

ଅନ୍ୟପଟେ ଶିବଶଙ୍ଗର ମିଶ୍ର ଅଭିଯୋଗ କରିଛନ୍ତି, ଓକିଲଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ କାମ ପୁରା ବନ୍ଦ ରହିଛି ଏବଂ  ଏହା ପ୍ରଭାବରେ ହାଇକୋର୍ଟ କାମ କରିବା ଅସମ୍ଭବ ହୋଇ ପଡ଼ିଛି।  ଶିବଶଙ୍କରଙ୍କ ତଥ୍ୟ ଆଧାରରେ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସଂପର୍କରେ ବିସ୍ତୃତ ତଥ୍ୟ ରଖିବାକୁ ଶିବଶଙ୍କର ୨ ଦିନ ସମୟ ମାଗିଥିଲେ । ଆଜି ସେ ନିଜ ପକ୍ଷ ରଖିପାରନ୍ତି  ।

By amfnews

Related Post