Fri. Mar 6th, 2026

ହସ୍ପିଟାଲ ପହଞ୍ଚି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉଦ୍ଧବ ଠାକରେ

258 Views

ମୁମ୍ୱାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ୱାଇ ସ୍ଥିତ ବ୍ରିଚ କାଣ୍ଡେ ହସ୍ପିଟାଲ ପହଞ୍ଚି ଭାରତ ରତ୍ନ ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ୧୧ ନଭେମ୍ୱରରୁ ଲତା ମଙ୍ଗେସକର (୯୦) ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏବେ ସେ ଆଇସିୟୁରେ ଅଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏବେ ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ସମୟ ଲାଗିବ ବୋଲି ଲତାଙ୍କ ଝିଆରୀ ରଚନା ଶାହ ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ। ଲତା ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୋଶାଲ ମଡିଆରେ ତାଙ୍କୁ ନେଇ ଅନେକ ଗୁଜବ ଖବର ଆସିଥିଲା।  ଏହାର ଜବାବ ଦେବାକୁ ଯାଇ ରଚନା ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସ୍ପଷ୍ଟୀକରଣ ରଖିଥିଲେ। ଏମିତିକି ତାଙ୍କ ବାବଦରେ ଭୁଲ ଖବର ପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି।

By amfnews

Related Post