Sat. Mar 7th, 2026

ହସ୍ପିଟାଲର କମୋଡ୍‌ ଭିତରେ ନାବାଳିକା ଜନ୍ମ କଲା ଅପରିପକ୍ୱ ଶିଶୁ

(Representational Image)
245 Views

ମୁମ୍ବାଇ, ଡିସେମ୍ବର ୧: ମୁମ୍ବାଇର ବିରାର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଏକ ସାତ ମାସର ଅପରିପକ୍ୱ ଶିଶୁର ଶବ ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜଣେ ୧୭ ବର୍ଷୀୟା ନାବାଳିକା ସେହି ହସ୍ପିଟାଲର ଶୈାଚାଳୟରେ ଶୌଚ ହେଉଥିବା ସମୟେଏହି ଶିଶୁକୁ ଜନ୍ମ ଦେଇଥିଲା। ସେ ଏଥିରେ ବିଚଳିତ ହୋଇ ସେଠାରୁ ତତକ୍ଷଣାତ୍‌ ଚାଲିଯାଇଥିଲା। ଶବକୁ ଜବତ କରିବା ପରେ ପୁଲିସ ଜଣେ ନାବାଳିକାକୁ ପଚରାଉଚୁରା କରୁଛି ପୁଲିସ।

ଏବେ ପୁଲିସ ଡିଏନଏ ଟେଷ୍ଟ ଜରିଆରେ ଶିଶୁକୁ ଚିହ୍ନିବାର ପ୍ରୟାସ କରୁଛି ପୁଲିସ। ତେବେ ଉକ୍ତ ନାବାଳିକା ଶିଶୁକୁ ଜନ୍ମ କରିଥିବା କଥାକୁ ସ୍ୱୀକାର କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ଗୁରୁବାର ସକାଳେ ପ୍ରାୟ ୯ଟା ବେଳେ ବିରାର ଷ୍ଟେସନ୍‌ ପାଖରେ ଥିବା ଏକ ହସ୍ପିଟାଲରେ ପହଞ୍ଚିଥିଲେ ସଫେଇ କର୍ମଚାରୀ। ସେମାନେ ସେଠାରେ ନବଜାତ ଶିଶୁକୁ ପାଇଖାନା କମୋଡରେ ଦେଖି ହସ୍ପିଟାଲର ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଏହାପରେ ଦମକଳ ବାହିନୀର ସହାୟତାରେ ଉକ୍ତ ନବଜାତ ଶିଶୁର ମୃତ ଦେହ କମୋଡମଧ୍ୟରୁ ବାହର କରିଥିଲେ।

ବିରାର ଥାନା ଅଧିକାରୀ ଘନଶ୍ୟାମ ଯାଦବଙ୍କ କହିବା ଅନୁଯାୟୀ ଦୁଇମାସ ତଳେ ଉକ୍ତ ନାବାଳିକାର ପରିବାର ପକ୍ଷରୁ ଦୁଷ୍କର୍ମର ଅଭିଯୋଗ ହୋଇଥିଲା। ପୁଲିସ ଦୁଷ୍କର୍ମକାରୀଙ୍କୁ ଧରିବା ଲାଗି ଚେଷ୍ଟା କରିଥିଲା,ମାତ୍ର ସଫଳ ହୋଇନଥିଲା।

By amfnews

Related Post