Thu. Dec 26th, 2024

ହଲଦାନୀ-ଋଷିକେଶରେ ୧ ହଜାର ବେଡ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ନିର୍ମାଣ କଲା ଡିଆରଡିଓ

By amfnews May 9, 2021 #Featured
126 Views

ନୂଆଦିଲ୍ଲୀ, ମେ ୦୯ : ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) କରୋନା ପାଇଁ ଲଗାତାର ଗୋଟିଏ ପରେ ଗୋଟିଏ କାମ ଜାରି ରଖିଛି । କରୋନା ପାଇଁ ସ୍ୱଦେଶୀ ଔଷଧ ବାହାର କରିବା ପରେ ଉତ୍ତରାଖଣ୍ଡର ହଲଦାନୀ ଓ ଋଷିକେଶରେ ୨ଟି କୋଭିଡ କେୟାର ହସ୍‌ପିଟାଲ ନିର୍ମାଣ କରିଛି ।

ଡିଆରଡିଓ ପକ୍ଷରୁ ହଲଦାନୀରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ନିର୍ମାଣ କରାଯାଉଛି । ଏଥିରେ ୩୭୫ଟି ଅକ୍ସିଜେନ ବେଡ ଓ ୧୨୫ଟି ଭେଣ୍ଟିଲେଟର ରହବ । ସେହିଭଳି ଋଷିକେଷରେ ୪୦୦ ଅକ୍ସିଜେନ ବେଡ ପ୍ରତିଷ୍ଠା କରୁଛି । ଋଷିକେଶରେ ୧୦୦ଟି ଭେଣ୍ଟିଲେଟର ବେଡ ରହିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା କରୋନା ଔଷଧ ୨-ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମତି ପ୍ରଦାନ କରିଛି । ଏହି ଔଷଧ ଆଇଏନ୍‌ଏମ୍‌ଏସ୍ ଓ ହାଇଦ୍ରାବାଦର ସିସିଏମ୍‌ବିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଔଷଧର ନାମ ଡିଅକ୍ସ-ଡି-ଗ୍ଲୁକୋଜ ରଖାଯାଇଛି ଏବଂ ଏହାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଥିବା କଥା କୁହାଯାଉଛି ।

By amfnews

Related Post