Fri. Mar 6th, 2026

ହରିଦ୍ୱାରଠାରେ ଗଙ୍ଗାରେ ବିସର୍ଜିତ ହେବ ଅଟଳଜୀ ବାଜପେୟୀଙ୍କ ଅସ୍ଥି!

256 Views

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇଯାଇଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ , ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ୱୃତିସ୍ଥଳ ଠାରେ ଅଟଳବିହାରୀ ବାଜପେୟୀଙ୍କୁ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଯାଇଛି। ଲୋକମାନେ ଆଖିର ଲୁହରେ ବିଦାୟ ଦେଇଛନ୍ତି ସେମାନଙ୍କ ପ୍ରିୟ ନେତାଙ୍କୁ। ଆସନ୍ତାକାଲି ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ ବୋଲି ନିଭୟଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ପୂବରୁ ଘୋଷଣା କରି ସାରିଛନ୍ତି ଯେ ବାଜପେୟୀଜୀଙ୍କ ଅସ୍ଥି ଉତ୍ତରପ୍ରେଦେଶରୁ ବାହାରି ଥିବା ଓ ଉତ୍ତରପ୍ରଦେଶ ଦେଇ ପ୍ରବାହିତ ସମସ୍ତ ଛୋଟବଡ଼ ନଦୀରେ ବିସର୍ଜନ କରାଯିବ। ଏହାଦ୍ୱାରା ଏହି ନଦୀଗୁଡ଼ିକ ଯେଉଁ ରାଜ୍ୟ, ଯେଉଁ ଅଞ୍ଚଳ ଦେଇ ପ୍ରବାହିତ ହେବେ, ସେହି ରାଜ୍ୟଓ ସେହି ଅଞ୍ଚଳର ଲୋକେ ଉକ୍ତ ନଦୀ ସହିତ ବାଜପେୟୀକ ଉପସ୍ଥିତିକୁ ଅନ୍ତରରୁ ଅନୁଭବ କରିପାରିବେ। ତେବେ ଇତିମଧ୍ୟରେ ଆଉ ଏକ ଖବର ଆସିଛି। ଆସନ୍ତାକାଲି ଅର୍ଥାତ ରବିବାର ଦିନ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିିଛି।

ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଥିବା ବ୍ରହ୍ମାକୁଣ୍ଡରେ ଅଟଳଜୀଙ୍କ ଅସ୍ଥି ବିସର୍ଜନ ପାଇଁ ଆପାତତଃ ସ୍ଥିର ହୋଇଥିବା ଓ ଏଥିରେ ହଜାର ସଂଖ୍ୟାରେ ଭାଜପା କର୍ମୀ ସାମିଲ ହେବେ ବୋଲି ଜଣାପଡ଼ିଛି। ବାଜପେୟୀଜୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇ ଉତ୍ତରାଖଣ୍ଡ ପ୍ରଦେଶ ଭାଜପା ମହାସଚିବ ନରେଶ ବନ୍‌ସଲ ହରିଦ୍ୱାରରେ ପହଞ୍ଚି ସ୍ଥାନୀୟ ନେତାମାନଙ୍କ ସହିତ ଅସ୍ଥିବିସର୍ଜନର ପ୍ରସ୍ତୁତି ନେଇ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

By amfnews

Related Post