Sun. Mar 8th, 2026

ହରିଆଣାରେ ସରକାର ଗଠନ କରିବାକୁ କଂଗ୍ରେସର କସରତ, ଉପମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି

177 Views

ନୂଆଦିଲ୍ଲୀ: ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି। ଏଥିପାଇଁ ଏବେ ଠାରୁ କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।

ବିଶେଷ କରି ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ଉପରେ କଂଗ୍ରେସ ଆଖି ପକାଇଛି। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ବିଜେପି ୩୮, କଂଗ୍ରେସ ୨୯, ଜେଜେପି ୧୨, ଆଇଏନଏଲଡି ୨, ବିଏସ୍‌ପି ୧ ଓ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗରେ ରହିଛନ୍ତି।

ତେଣୁ କଂଗ୍ରେସ ଏହି ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି। ଏଥିପାଇଁ ଦଳ ପକ୍ଷରୁ ଦ୍ୟୁଷନ୍ତ ଚୌଟାଲାଙ୍କୁ ଯୋଗାଯୋଗ କରାଯାଇଛି। ଏହାର ସୁଯୋଗ ନେଇ ଦ୍ୟୁଷନ୍ତ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଡିମାଣ୍ଡ କରିଛନ୍ତି। ହେଲେ କଂଗ୍ରେସ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡ଼ିଛି। କିନ୍ତୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ହରିଆଣା ବିଧାନସଭାର ୯୦ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬।

By amfnews

Related Post