Sat. Mar 7th, 2026

ହତ୍ୟା ଉଦ୍ୟମକାରୀଙ୍କୁ ଜେଲ ଦଣ୍ତାଦେଶ

212 Views

ନୂଆପଡ଼ା,ନଭେମ୍ବର ୦୨: ଗୁରୁବାର ନୂଆପଡ଼ା ଜିଲ୍ଲା ଦୈାରାଜଜ ଅସୀମ ଦଳବେହେରା ତାଙ୍କ ରାୟରେ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ କେବଳ ସାହୁ (୨୧)ଙ୍କୁ ୬ ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି।

ଖରିଆରୋଡ ସହର ୱାର୍ଡ ନ˚ ୧୫ କୁମ୍ଭାର ପଡାର ଗଙ୍ଗାଧର ସାହୁଙ୍କୁ ଉକ୍ତ ପଡାର କେବଳ ଗତ ୨୦ ଡିସେମ୍ବର ୨୦୧୬ ସନ୍ଧ୍ୟାରେ କୌଣସି କାରଣରୁ ବାଡିରେ ପିଟି ମାରି ଦେବାକୁ ଉଦ୍ୟମ କରି ରକ୍ତାକ୍ତ କରିଥିଲେ। ଏନେଇ ଶ୍ରୀ ସାହୁଙ୍କ ସ୍ତ୍ରୀ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜୋଙ୍କ ପୁଲିସ କେସ ନ˚ ୧୬୯/୧୬ରେ ଏକ ମାମଲା ରୁଜୁ କରି କେବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଉକ୍ତ କେସର ବିଚାର କରି ଜିଲ୍ଲା ଦୈାରାଜଜ ଶ୍ରୀ ଦଳବେହେରା ୧୦ ଜଣଙ୍କ ବୟାନ ଓ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଧାରା ୩୨୬ ରେ ୫ବର୍ଷ ଏବ˚ ଧାରା ୩୦୭ରେ ୬ ବର୍ଷ ଏବ˚ ୧୦ ହଜାର ଟଙ୍କା ଲେଖାଁଏ ଜରିମ‌ାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ଲେଖାଁଏ କାରାଦଣ୍ତାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ପିପି ନିଦର୍ଶିନୀ ରଥ କେସ ପରିଚାଳନା କରୁଥିଲେ।

By amfnews

Related Post