Sat. Mar 7th, 2026

ହତାଶ ପ୍ରେମିକର ଅଦ୍ଭୁତ କାଣ୍ଡ : ବିମାନରେ ବୋମା ଅଛି ବୋଲି ଫୋନ୍‌ କଲା, ହାଇଦ୍ରାବାଦ ବିମାନ ବନ୍ଦରରେ ତନାଘନା

203 Views

ହାଇଦ୍ରାବାଦ : ଇଣ୍ଡିଗୋ ବିମାନରେ ବୋମା ଅଛି ବୋଲି ଫୋନ୍‌ କଲ୍‌ ଆସିବା ପରେ ଆଜି ସକାଳେ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟରେ ଚହଳ ପଡ଼ିଯାଇଥିଲା। ଦଳୀୟ କାର୍ଯ୍ୟକ୍ରମ ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦ ଆସୁଥିବାରୁ ପୁଲିସ ଏହି କଲ୍‌କୁ ଗୁରୁତ୍ୱର ସହ ଗ୍ରହଣ କରିଥିଲା।ଦେଶବ୍ୟାପୀ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଆଜି ଅମିତ ଶାହା ହାଇଦ୍ରାବାଦ ଆସୁଛନ୍ତି।

ଇଣ୍ଡିଗୋ ବିମାନରେ ବୋମା ଥିବା ସୂଚନାକୁ ଆଧାର କରି ହାଇଦ୍ରାବାଦ ପୁଲିସ ଯଥାବିଧି ତଦନ୍ତ ଆରମ୍ଭ କରିବା ପରେ ଜଣାପଡ଼ିଲା ଯେ ଜଣେ ପ୍ରତ୍ୟାଖ୍ୟିତ ପ୍ରେମିକ ବିମାନରେ ବୋମା ଅଛି ବୋଲି ମିଛରେ ଫୋନ୍‌ କରିଥିଲେ। ପୁଲିସ କହିଛି ଯେ ହାଇଦ୍ରାବାରୁ ଚେନ୍ନାଇ ଯାତ୍ରା କରିବା ବେଳେ ହତାଶ ପ୍ରେମିକ ଜଣକ ବୋମା ଅଛି ବୋଲି ମିଥ୍ୟା ସୂଚନା ଦେଇଥିଲେ। ସମ୍‌ମାବାଦର ଡେପୁଟି ପୁଲିସ କମିସନର୍‌ ପ୍ରକାଶ ରେଡ୍ଡୀ କହିଛନ୍ତି, ଆମେ ଘଟଣାର ତଦନ୍ତ କରି ଜାଣିଲୁ ଯେ ସେ ସୂଚନା ମିଥ୍ୟା। ହାଇଦ୍ରାବାଦରୁ ସବୁ ବିମାନ ସ୍ୱାଭାବିକ ଭାବେ ଯାତ୍ରା କରୁଛି।

By amfnews

Related Post