Sat. Mar 7th, 2026

ହଙ୍ଗ୍‌ କଙ୍ଗ୍‌ ବିମାନ ବନ୍ଦରରେ ଓହ୍ଲାଇବାକୁ ‘ମେ ଡେ’ ଘୋଷଣା କଲେ ଏୟାର୍‌ ଇଣ୍ଡିଆ ପାଇଲଟ୍‌

352 Views

ନୂଆଦିଲ୍ଲୀ: ଖରାପ ପାଗ ଓ ବିକଳ୍ପ ବିମାନ ବନ୍ଦର ନ ପାଇବାରୁ ହଙ୍ଗ୍‌ କଙ୍ଗ୍‌ ବିମାନ ବନ୍ଦରରେ ଓହ୍ଲାଇବାକୁ ଦୀର୍ଘ ସମୟ ଧରି ଚକ୍କର୍‌ କାଟିବା ପରେ ଏୟାର୍‌ ଇଣ୍ଡିଆର ଏକ ବିମାନ ଶେଷକ ସଙ୍କଟକଳୀନ ଡାକ ‘ମେ ଡେ’ ଘୋଷଣା କରିଥିଲା। ଫଳରେ ବିମାନଟିର ନିରାପତ୍ତାକୁ ଦୃଷ୍ଟିରେ ରଖି ହଙ୍ଗ୍‌ କଙ୍ଗ୍‌ ବିମାନ ବନ୍ଦର ତରଫରୁ ଏୟାର୍‌ ଇଣ୍ଡିଆର ସେ ବୋଇଙ୍ଗ୍‌ ୭୮୭ ବିମାନଟିକୁ ଅବତରଣ କରାଇବାକୁ ତୁରନ୍ତ ବ୍ୟବସ୍ଥା କରାଯାଇଥିଲା।

ଘଟଣାଟି ଘଟିଛି ମାର୍ଚ ୨୦ ତାରିଖ ଦିନ। ଏୟାର ଇଣ୍ଡିଆାର ୩୧୫ ବିମାନଟି ୧୭୦ ଜଣ ଯାତ୍ରୀଙ୍କୁ ଧରି ଓସାକାରୁ ହଙ୍ଗ୍‌ କଙ୍ଗ୍‌ ଓ ସେଠାରୁ ଭାରତକୁ ଆସୁଥିଲା। ଅବତରଣ କରିବା ପୂର୍ବରୁ ବିମାନଟି ବହୁ ସମୟ ଧରି ବିମାନ ବନ୍ଦର ଆକାଶରେ ଚକ୍କର କାଟୁଥିଲା। ରିଜର୍ଭ ଇନ୍ଧନ ଖର୍ଚ୍ଚ ହୋଇଯିବାରୁ ପାଇଲଟ୍‌ ‘ମେ ଡେ’ ଘୋଷଣା କରିଥିଲେ। ଏଥିରେ ଏୟାର୍‌ ଇଣ୍ଡିଆର କିଛି ଦୋଷ ନାହିଁ ବୋଲି ଜଣେ ମୁଖପାତ୍ର କହିଛନ୍ତି।

ବିମାନଚଳାଚଳ ସଂସ୍ଥାର କର୍ମଚାରୀମାନେ କହନ୍ତି, ହଙ୍ଗ୍‌ କଙ୍ଗ୍‌ ବିମାନ ବନ୍ଦରରେ ଅବତରଣ କରିବାକୁ କେତେ ବେଳେ ପାଳି ପଡ଼ିବ- ଅପେକ୍ଷା କରି ବିମାନଟି ଚକ୍କର କାଟି ଚାଲିବାରୁ ରିଜର୍ଭ ଇନ୍ଧନ ଖର୍ଚ ହୋଇଥିଲା। ଖରାପ ପାଗ ଯୋଗୁଁ ବିକଳ୍ପ ବିମାନ ବନ୍ଦରଗୁଡ଼ିକରେ ଅବତରଣ ସୁବିଧା ନ ଥିବା କଥା ହଙ୍ଗ୍‌ କଙ୍ଗ୍‌ ଏଟିସି କହିଥିଲେ। ବିମାନଟିର ସୁରକ୍ଷାକୁ ଧ୍ୟାନ ଦେଇ କ୍ରୁ ଆପଦକାଳୀନ ଡାକ ‘ମେ ଡେ’ ଘୋଷଣା କରିଥିଲେ ବୋଲି ଏୟାର୍‌ ଇଣ୍ଡିଆର ଜଣେ କର୍ମଚାରୀ କହିଛନ୍ତି।

By amfnews

Related Post