Wed. Nov 20th, 2024

ହକି ମହାକୁମ୍ଭରେ କଡ଼ା ଟକ୍କର୍‌: ପୁଲ୍‌-ସିର ଖେଳାଯିବ ୨ଟି ମ୍ୟାଚ୍‌, କ୍ୱାର୍ଟର୍‌ ଫାଇନାଲ ଲକ୍ଷ୍ୟରେ ଇଣ୍ଡିଆ

By amfnews Dec 8, 2018 #Featured
165 Views

ଭୁବନେଶ୍ୱର, ଡିସେମ୍ବର ୮: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ପୁରୁଷ ବିଶ୍ୱକପ୍- ୨୦୧୮ର ଆଜି ୨୧ତମ ମ୍ୟାଚ ଖେଳାଯିବ । ପୁଲ୍ ‘ସି’ ତୃତୀୟ ତଥା ଅନ୍ତିମ ରାଉଣ୍ଡ ଖେଳାଯିବ । ପ୍ରଥମ ମ୍ୟାଚରେ ବେଲଜିୟମ ସହ ଦକ୍ଷିଣ ଆଫ୍ରିକା ମୁକାବିଲା କରିବାକୁଥିବାବେଳେ ଦ୍ୱିତୀୟ ମ୍ୟାଚରେ କାନାଡା ସହ ମୁକାବିଲା କରିବ ଆୟୋଜକ ଭାରତ ।

ଆଜିର ୨ଟି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବାର ରହିଛି । ସମସ୍ତ ଦଳ କ୍ୱାର୍ଟର୍‌ ଫାଇନାଲକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା । ଭାରତ ନିଜ ପାରଦର୍ଶିତା  ଦେଖାଇ ଶେଷ ମ୍ୟାଚ ଲିଗ୍ରେ କାନାଡାକୁ ଟକ୍କର ଦେବ । ଭାରତ ଆଜିର ମ୍ୟାଚ୍‌ ଜିତିବା କିମ୍ବା ଡ୍ର ରଖିବାକୁ ଚେଷ୍ଟା କରିବ । ତେବେ ଯାଇ ଭାରତ ସିଧାସଳଖ କ୍ୱାର୍ଟର୍‌ ଫାଇନାଲକୁ ପ୍ରବେଶ କରି ପାରିବ । ଉଭୟ ବେଲ୍‌ଜିୟମ୍‌ ଓ ଭାରତ ସମାନ ପଏଣ୍ଟରେ ରହିଛନ୍ତି । ତେବେ ଗୋଲ ପ୍ରଦର୍ଶନ ଦୃଷ୍ଟିର ଭାରତ ତାଲିକାର ଶୀର୍ଷରେ ରହିଛି ।

କାନାଡା ବିପକ୍ଷରେ ଭାରତ ଖୁବ ଭଲ ଖେଳିବ ବୋଲି ମୁଖ୍ୟ କୋଚ ହରେନ୍ଦ୍ର ସିଂ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟ ପକ୍ଷରେ ଅଧିନାୟକ ମନପ୍ରୀତ ସିଂ କହିଛନ୍ତି ଯେ ଭାରତୀୟ ଖେଳାଳି ବେଶ କିଛି ଦିନ ବ୍ୟବଧାନରେ ପୁଣି ତାଜା ହୋଇଛନ୍ତି । ଶାରୀରିକ ଓ ମାନସିକସ୍ତରରେ ଖେଳାଳି ମାନେ ଅତ୍ୟନ୍ତ ଦୃଢ ରହିଛନ୍ତି । ଫଳରେ କାନାଡା ବିପକ୍ଷରେ ଥିବା ମ୍ୟାଚରେ ମଧ୍ୟ ଭଲ ଖେଳିବେ ବୋଲି ସେ ଆଶା ରଖିଛନ୍ତି ।

By amfnews

Related Post